fbpx

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି

ନୂଆଦିଲ୍ଲୀ: କେନ୍ଦ୍ରରେ ନୂଆ ସରକାର ଗଠନ ହେବା ସହିତ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ସେହିପରି ଓଡ଼ିଶାରେ ବିଜେପି ପ୍ରଥମ ଥର ପାଇଁ ଏକାକୀ ସରକାର ଗଠନ କରିଥିବା ବେଳେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଶପଥ ଗ୍ରହଣ କରିଛନ୍ତି । ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ ୟେଦିୟୁରପ୍ପାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି ହୋଇଛି ।

ସୂଚନା ମୁତାବକ, ପୋକସୋ ମାମଲାରେ ୟେଦିୟୁରପ୍ପାଙ୍କ ବିରୋଧରେ କୋର୍ଟରେ ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇଛି । କୋର୍ଟଙ୍କ ନିର୍ଦ୍ଦେଶ ପରେ ଏବେ ୟେଦିୟୁରପ୍ପାଙ୍କ ମୁସ୍କିଲ ବଢ଼ିଯାଇଛି । ବେଙ୍ଗାଲୁରୁର ଏକ କୋର୍ଟ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଜାମିନ ବିହାରୀ ୱାରେଣ୍ଟ ଜାରି କରିଛନ୍ତି । ଯୌନ ଅପରାଧର ଶିଶୁ ସୁରକ୍ଷା ବା ପୋକସୋ କେସ ଅଧିନରେ ୟେଦିୟୁରପ୍ପାଙ୍କ ବିରୋଧରେ ଏହି ୱାରେଣ୍ଟ ଜାରି କରାଯାଇଛି ।

ପ୍ରକୃତ କଥା ହେଉଛି, କିଛି ମାସ ପୂର୍ବରୁ ଜଣେ ୧୭ ବର୍ଷୀୟା ଯୁବତୀଙ୍କ ମାଆ ଏନେଇ ଏକ ଅଭିଯୋଗ କରିଥିଲେ । ଗତ ଫେବୃମାସରୀ ମାସରେ ୟେଦିୟୁରପ୍ପା ନିଜ ବାସଭବନରେ ସାକ୍ଷାତକାର ସମୟରେ ଉକ୍ତ ମହିଳାଙ୍କ ଝିଅଙ୍କୁ ଯୌନ ଉତ୍ପୀଡ଼ନ କରିଥିବା ଯୁବତୀଙ୍କ ମାଆ ଅଭିଯୋଗ କରିଥିଲେ । ପୋଲିସ ମହିଳାଙ୍କ ବୟାସ ଆଧାରରେ ପୋକସୋ ଓ ଭାରତୀୟ ଦଣ୍ଡ ସଂହିତାର ଧାରା ୩୫୪ ଏ (ଯୌନ ଉତ୍ପୀଡ଼ନ) ଅଧିନରେ ମକଦ୍ଦମା ଦାୟର କରିଥିଲା ।

Get real time updates directly on you device, subscribe now.