fbpx

ଶରୀରରେ ସଠିକ୍ ଭାବରେ ରକ୍ତ ସଞ୍ଚାଳନ ନହେଲେ ହୋଇଯିବ ଗମ୍ଭୀର ସମସ୍ୟା, ଜାଣନ୍ତୁ ଏହାର ପାର୍ଶ୍ୱ ପ୍ରତିକ୍ରିୟା

ଶରୀରରେ ସଠିକ୍ ଭାବରେ ରକ୍ତ ସଞ୍ଚାଳନ ନହେଲେ ମସ୍ତିଷ୍କ, ଲିଭର, ହାର୍ଟ, କିଡ୍ନୀ ଓ ଅନ୍ୟ ଅଙ୍ଗ ଉପରେ କୁପ୍ରଭାବ ପଡ଼ିଥାଏ । ସେହିଭଳି ଠିକ୍ ରକ୍ତ ସଞ୍ଚାଳନ ଶରୀରର ତାପମାତ୍ରାକୁ ସନ୍ତୁଳିତ ରଖିଥାଏ । ଏହା ଠିକ୍ ଭାବରେ ନହେଲେ ଶରୀର ତାପମାତ୍ରା ହ୍ରାସ ପାଏ । ଖରାପ ରକ୍ତ ସଞ୍ଚାଳନ ଯୋଗୁଁ ଶରୀର ଅନେକ ଅଙ୍ଗରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳେ । ତେବେ ଆସନ୍ତୁ ଜାଣିବା ଖରାପ ରକ୍ତ ସଞ୍ଚାଳନର କିଛି ପ୍ରାରମ୍ଭିକ ଲକ୍ଷଣ ।

ପାଦ ଫୁଲା ଏବଂ ଯନ୍ତ୍ରଣା : ଯଦି ଆପଣଙ୍କ ଶରୀରରେ ସଠିକ୍ ଭାବେ ରକ୍ତ ସଞ୍ଚାଳନ ନହୁଏ କିମ୍ବା ଖରାପ ରକ୍ତ ସଞ୍ଚାଳନ ହୁଏ ତେବେ ପ୍ରାରମ୍ଭରେ ଆପଣଙ୍କ ପାଦରେ ଏହାର ଲକ୍ଷଣ ଦେଖାଦେବ ।

ଯେପରିକି ଏଡି ଫୁଲିଯିବା ଏବଂ ଗୋଡରେ ଯନ୍ତ୍ରଣା ହେବା । ଯେତେବେଳେ ଶରୀରର ରକ୍ତ ସଞ୍ଚାଳନ ଖରାପ ହୁଏ, ସେତେବେଳେ ପାଦକୁ ଆସୁଥିବା ରକ୍ତ ଆରାମରେ ଫେରିପାରିବ ନାହିଁ ଏବଂ ଏହି ଖରାପ ଗତି ଏହାର ପ୍ରଭାବ ଛାଡିଥାଏ । ଏଭଳି ପରିସ୍ଥିତିରେ ଅଧିକାଂଶ ଲୋକଙ୍କର ପାଦ ଫୁଲିଯାଏ ଏବଂ ଯନ୍ତ୍ରଣା ହୁଏ ।

ଗୋଡ ଫୁଲିଯିବା : ଖରାପ ରକ୍ତ ସଞ୍ଚାଳନ ହେଲେ ଆପଣଙ୍କ ଉପର ଗୋଡ ଫୁଲି ଯିବାର ଆଶଙ୍କା ଥାଏ । ଏହା ଆପଣ ସହଜରେ ଦେଖିପାରିବେ । ଏହାକୁ ଆମେ ଦ୍ୱିତୀୟ ଲକ୍ଷଣ ବୋଲି କହିବା ପାରିବା । ଗୋଡ ଫୁଲା ଏବଂ ଯନ୍ତ୍ରଣାକୁ ଆଦୌ ଅଣଦେଖା କରନ୍ତୁ ନାହିଁ ଏବଂ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ଆଙ୍ଗୁଠି ଥଣ୍ଡା ପଡିଯିବା : ଖରାପ ରକ୍ତ ସଞ୍ଚାଳନ ଆପଣଙ୍କ ଆଙ୍ଗୁଠିକୁ ଥଣ୍ଡା କରିପାରେ । ଯେତେବେଳେ ଆମ ଶରୀରରେ ପର୍ଯ୍ୟାପ୍ତ ପରିମାଣର ରକ୍ତ ଥାଏ ସେତେବେଳେ ଏହା ଅତ୍ୟଧିକ ଗରମ ହୋଇଯାଏ । କିନ୍ତୁ ଯେତେବେଳେ ଶରୀରରେ ରକ୍ତ ନଥାଏ, ସେହିସମୟରେ ଆଙ୍ଗୁଠି ଥଣ୍ଡା ହେବାରେ ଲାଗେ । ଆଉ ଏହାର ପ୍ରଭାବ ବହୁଳ ଭାବରେ ଦେଖାଯାଏ । ଉଦାହରଣ ସ୍ୱରୂପ, ବେଳେବେଳେ ଅତ୍ୟଧିକ ଶୀତ ଯୋଗୁଁ ଆଙ୍ଗୁଠି ନୀଳ ପଡିଯାଏ ।

ତେଣୁ, ଖରାପ ରକ୍ତ ସଞ୍ଚାଳନର ଏହି ଲକ୍ଷଣକୁ ଅଣଦେଖା କରନ୍ତୁ ନାହିଁ ଏବଂ ଆପଣଙ୍କର ଡାକ୍ତରଙ୍କ ସହ ତୁରନ୍ତ ପରାମର୍ଶ ନିଅନ୍ତୁ । ସମୟ ସମୟରେ ଯାଞ୍ଚ ଜାରି ରଖନ୍ତୁ ଏବଂ ଏହି ଅବସ୍ଥାର ଅନ୍ୟାନ୍ୟ ଗୁରୁତର କ୍ଷତିରୁ ଦୂରେଇ ରୁହନ୍ତୁ ।

Get real time updates directly on you device, subscribe now.