fbpx

Reel ନୁହେଁ, ଏବେ Real ‘ମୁଖ୍ୟମନ୍ତ୍ରୀ’! ସିଦ୍ଧାନ୍ତ ମହାପାତ୍ରଙ୍କୁ ବିଜେପି ଦେବ କି CM ପଦବୀ? ଚର୍ଚ୍ଚା ଜୋରଦାର

ଓଡ଼ିଶା ଭାସ୍କର: ଦେଶର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ନରେନ୍ଦ୍ର ମୋଦୀ । ତୃତୀୟ ଥର ମୋଦୀ ଏହି ପଦରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହାସହିତ ମୋଦୀ କ୍ୟାବିନେଟର ମୋଟ ୭୧ ଜଣ ମନ୍ତ୍ରୀ ମଧ୍ୟ ଏଥିରେ ଶପଥ ନେଇଛନ୍ତି । ଏହି ତାଲିକାରେ ସମ୍ବଲପୁରର ନବ ନିର୍ବାଚିତ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସାମିଲ ରହିଛନ୍ତି । ତେବେ ମୋଦୀ କ୍ୟାବିନେଟରେ ଧର୍ମେନ୍ଦ୍ରଙ୍କୁ ସ୍ଥାନ ମିଳି ସାରିବା ପରେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଆହୁରି ଚଚ୍ଚା ବଢିଯାଇଛି । ଧର୍ମେନ୍ଦ୍ରଙ୍କ ଅନୁପସ୍ଥିତିରେ କିଏ ହେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ? ଏହି ସମୟରେ ଏବେ ଚର୍ଚ୍ଚାକୁ ଆସିଛି ଦିଗପହଣ୍ଡିର ବିଧାୟକ ତଥା ଓଲିଉଡ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କ ନାଁ ।

ଓଡ଼ିଶାରେ ଚଳିତ ନିର୍ବାଚନରେ ଏକ ବଡ଼ ବିପର୍ଯ୍ୟୟର ସାମନା କରିଛି ବିଜୁ ଜନତା ଦଳ । ମୋଟ ୨୧ ଆସନରୁ ୨୦ ଖଣ୍ଡ ଆସନରେ ଅକ୍ତିଆର କରିଛି ସରକାର ଗଢିବା ପାଇଁ ପ୍ରସ୍ତୁତ ହୋଇଛି ବିଜେପି । ତେବେ ଏହି ବିଶାଳ ବିଜୟ ପରେ ଏବେ ରାଜ୍ୟରେ ମୁଖ୍ୟମନ୍ତ୍ରୀ କିଏ ହେବ, ସେ ନେଇ ଚର୍ଚ୍ଚା ଜାରି ରହିଛି । ତେବେ ଏହି ଦୌଡ଼ରେ ସବୁଠୁ ଆଗରେ ରହିଥିଲେ ସମ୍ବଲପୁରର ନବ ନିର୍ବାଚିତ ସାଂସଦ ଧର୍ମେନ୍ଦ୍ର ପ୍ରଧାନ । କିନ୍ତୁ ମୋଦୀଙ୍କ ଶପଥପାଠ ସମୟରେ ସେ ମଧ୍ୟ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ତେଣୁ ଏବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଦିଗପହଣ୍ଡି ବିଧାୟକ ତଥା ଓଡ଼ିଆ ସିନେମାର ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ଏଣ୍ଟ୍ରି କରିଛନ୍ତି । ଚଳିତ ନିର୍ବାଚନରେ ବିଜେପି ତରଫରୁ ଟିକେଟ ପାଇ ବିଶାଳ ବିଜୟ ହାସଲ କରିଛନ୍ତି ସିଦ୍ଧାନ୍ତ । ଦିଗପହଣ୍ଡି ଆସନରେ ବିଜେଡି ପ୍ରାର୍ଥୀ ବିପ୍ଳବ ପାତ୍ରଙ୍କ ସହ ପ୍ରତିଦ୍ୱନ୍ଦିତା କରି ୧୬ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । ତେଣୁ ସିଦ୍ଧାନ୍ତଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦରେ ବିଭୂଷିତ କରିବା ପାଇଁ କଥା ଉଠିଛି । କିନ୍ତୁ ଏହାର ସମ୍ଭାବନା ଖୁବ କମ୍ ବା ନାହିଁ ବୋଲି କୁହାଯାଇପାରେ ।

୨୦୦୯ ମସିହାରେ ବିଜେଡି ପକ୍ଷରୁ ପ୍ରଥମ ଥର ବ୍ରହ୍ମପୁରର ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ ସିଦ୍ଧାନ୍ତ । ଏହି ମସିହାରେ ଓଡ଼ିଆ ସିନେମାରେ ମଧ୍ୟ ସିଦ୍ଧାନ୍ତଙ୍କର ଏକ ସିନେମା ରିଲିଜ ହୋଇଥିଲା ‘ମୁଖ୍ୟମନ୍ତ୍ରୀ’ । ଏହି ସିନେମାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆସନରେ ରହିଥିଲେ ସିଦ୍ଧାନ୍ତ ମହାପାତ୍ର । ତେଣୁ ଏବେ ରିଲ୍ ନୁହେଁ, ରିଅଲ ଲାଇଫରେ ମଧ୍ୟ ମୁଖ୍ୟମନ୍ତ୍ରୀ ହେବା ନେଇ ସିଦ୍ଧାନ୍ତଙ୍କ ନାଁ ଚର୍ଚ୍ଚା ଜୋର ଧରିଛି । ୨୦୦୯ ଏବଂ ୨୦୧୪ ମସିହାରେ ବିଜେଡି ପକ୍ଷରୁ ବିଶାଳ ବିଜୟ ହାସଲ କରିଥିଲେ ସିଦ୍ଧାନ୍ତ । କିନ୍ତୁ ୨୦୧୯ରେ ବିଜେଡି ଟିକେଟ ନ ଦେବାରୁ ଚଳିତବର୍ଷ ବିଜେପିରେ ସାମିଲ ହେବା ସହ ଦିଗପହଣ୍ଡିରୁ ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି ।

Get real time updates directly on you device, subscribe now.