fbpx

ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠାରୁ ନାମାଙ୍କନପତ୍ର ଦାଖଲ

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠାରୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । ଏପ୍ରିଲ୨୫ ଯାଏଁ ହେବ ନାମାଙ୍କନ ଦାଖଲ ହେବାକୁ ଥିବାବେଳେ ୨୬ରେ ପ୍ରାର୍ଥୀପତ୍ର ଯାଞ୍ଚ ଏବଂ ୨୯ରେ ନାମାଙ୍କନ ପ୍ରତ୍ୟାହାର ରହିଛି । ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କଲେ ନିର୍ବାଚନ କମିଶନ । ୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ । ଓଡ଼ିଶାରେ ମେ ୧୩ରେ ପ୍ରଥମ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ । ଓଡ଼ିଶା ସମେତ ୧୦ଟି ରାଜ୍ୟ ପାଇଁ ପ୍ରକାଶ ପାଇଛି । ୧୦ଟି ରାଜ୍ୟର ୯୬ଟି ଲୋକସଭା ଆସନ ପାଇଁ ହେବ ଭୋଟ ଗ୍ରହଣ । ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ହେବ ଭୋଟ ଗ୍ରହଣ ।

Get real time updates directly on you device, subscribe now.