Breaking: ଅଣ୍ଡା ଖାଇବେ ନବମ-ଦଶମ ପିଲା, ଏଣିକି ନବମ ଓ ଦଶମ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ସହ, ଅଣ୍ଡା ଓ ଲଡୁ ମିଳିବ
କେବଳ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲା ନୁହଁନ୍ତି, ଏବେ ନବମ ଓ ଦଶମ ଶ୍ରେଣୀର ପିଲାଙ୍କୁ ବି ମିଳିବ ମଧ୍ୟାହ୍ନ ଭୋଜନ। ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି। ସପ୍ତାହକୁ ୩ ଦିନ ଅଣ୍ଡା ଉ ୩ ଦିନ ଲଡୁ ମିଳିବ।
ଭୁବନେଶ୍ୱର: କେବଳ ପ୍ରଥମରୁ ଅଷ୍ଟମ ନୁହେଁ। ଏଣିକି ନବମ-ଦଶମ ସ୍କୁଲ ପିଲାଙ୍କୁ ବି ଦିଆଯିବ ମଧ୍ୟାହ୍ନ ଭୋଜନ। ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲର ନବମ ଓ ଦଶମ ପିଲାଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ। ଏଣିକି ନବମ ଓ ଦଶମ ପିଲାଙ୍କୁ ବି ଦିଆଯିବ ଅଣ୍ଡା। ଏହା ସହ ସପ୍ତାହକୁ ମିଳିବ ୩ଟି ଲଡୁ ସହ ୩ଟି ଅଣ୍ଡା।
ଏନେଇ ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶନାମା। ଏଥିପାଇଁ ରାଜ୍ୟ ସରକାର ୫୭୦.୭୧ କୋଟି ଟଙ୍କା ଖର୍ଚ୍ଚ କରିବେ। ମୁଖ୍ୟମନ୍ତ୍ରୀଙ୍କ ପୋଷଣ ଯୋଜନାରେ ବଜେଟରୁ ଏହି ଖର୍ଚ୍ଚ ହେବ। ୨୦୨୫-୨୬ ଆର୍ଥିକ ବର୍ଷରୁ ଏହା ଲାଗୁ ହେବ।
ପୂର୍ବରୁ କେବଳ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମଧ୍ୟାହ୍ନ ଭୋଜନା ଦିଆଯାଉଥିଲା। ହେଲେ ବାଦ୍ ପଡିଯାଉଥିଲା ଆଉ ମାତ୍ର ୨ଟି ଶ୍ରେଣୀ। ଏନେଇ କିଛି ଦିନ ପୂର୍ବରୁ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ। ହେଲେ ଏବେ ଏହା କାର୍ଯ୍ୟକାରୀ ହେବାକୁ ଯାଉଛି। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି ମଧ୍ୟ ହୋଇଛି।
କେବଳ ସେତିକି ନୁହେଁ ଏଣିକି ପିଲାଙ୍କୁ ସ୍କୁଲରେ ୩ଟି ପୁଷ୍ଟିକର ଲଡୁ ସହ ଏକ ଅତିରିକ୍ତ ଅଣ୍ଡା ମିଳିବ। କାଲିର ନିର୍ଦ୍ଦେଶନାମାରେ ପରିବର୍ତ୍ତନ ନେଇ ଗଣଶିକ୍ଷା ବିଭାଗର ସୂଚନା। ସୋମବାର, ବୁଧବାର, ଶୁକ୍ରବାର ପିଲାଙ୍କୁ ଅଣ୍ଡା ଦିଆଯିବ।
ମଙ୍ଗଳବାର, ଗୁରୁବାର ଓ ଶନିବାର ପୋଷଣଯୁକ୍ତ ଲଡୁ ମିଳିବ। ଶିଶୁବାଟିକାଠୁ ଦଶମ ପର୍ଯ୍ୟନ୍ତ ସବୁ ପିଲାଙ୍କୁ ଏହା ମିଳିବ। ପିଏମ୍ ପୋଷଣ ଓ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା ଅନୁସାରେ ଏହି ଖାଦ୍ୟ ମିଳିବ।