କେବଳ ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ପାଇଁ ଏଣ୍ଟ୍ରାନ୍ସ କରିବ NTA, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସୂଚନା
ନୂଆଦିଲ୍ଲୀ: ଉଚ୍ଚଶିକ୍ଷା କୁ ନେଇ ଆସିଛି ଏକ ବଡ଼ ଖବର । ଏଣିକି ଜାତୀୟ ପରୀକ୍ଷା ଏଜେନ୍ସି ବା ଏନଟିଏ କେବଳ ଉଚ୍ଚ ଶିକ୍ଷା ପାଇଁ ପ୍ରବେଶିକା ପରୀକ୍ଷା ପରିଚାଳନା କରିବ ବୋଲି ଜଣା ପଡ଼ିଛି । ବାକି ପ୍ରତି ଯୋଗିତା ମୂଳକ ପରୀକ୍ଷା ଆଉ ଏଥିରେ ସଂପୃକ୍ତ ରହିବ ନାହିଁ । ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଂସଦରେ ପ୍ରକାଶ କରିଛନ୍ତି । ଏହା ସହ ସେ କହିଛନ୍ତି ଯେ , ଏଣିକି କି ଆଉ ଏହି ସବୁ ପ୍ରବେଶିକା ପରୀକ୍ଷା କମ୍ପ୍ୟୁଟର ବେସ ନ ହୋଇ ପେନ୍ ଓ ପେପର ରେ ହେବ । ଯାହାକୁ ନେଇ ଏବେ ଛାତ୍ରଛାତ୍ରୀ ମଧ୍ୟ ଆଶା ଆଶଙ୍କା ରେ ରହିଛନ୍ତି ।
ସେହିଭଳି ନିଟ ୟୁଜି ପିଜି ପ୍ରବେଶିକା ପରୀକ୍ଷା ମଧ୍ୟ ପେନ୍ ଓ ପେପର ରେ କିମ୍ବା ଅନଲାଇନ ମାଧ୍ୟମରେ ହେବ ବୋଲି ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଯାହା ଆଗାମୀ ଦିନରେ କେତେ ସୁଫଳ ହେବ ବୋଲି ଶିକ୍ଷାବିତ୍ ଙ୍କ ମଧ୍ୟରେ ଆଲୋଚନା ଲାଗି ରହିଛି । ନିଟ୍ ପରୀକ୍ଷା ପେପର ଲିକ ମାମଲା ଆସିବ ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ଚର୍ଚ୍ଚା ହେଉଛି ।