fbpx

NTPC Recruitment 2022: ଏହି ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି, ଜଲଦୀ କରନ୍ତୁ ଆବେଦନ, ମିଳିବ ଭଲ ଦରମା

ନ୍ୟାସନାଲ ଥର୍ମାଲ ପାୱାର କର୍ପୋରେସନ (ଏନଟିପିସି) ରେ ଚାକିରି ପାଇଁ ସୁବର୍ଣ୍ଣ ସୁଯୋଗ । କାରଣ ଏନଟିପିସିରେ ଏକ୍ଜିକ୍ୟୁଟିଭ ଟ୍ରେନୀ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଇଚ୍ଛୁକ ତଥା ଆଶାୟୀ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍ ମାଧ୍ୟମରେ ଆବେଦନ କରିପାରିବେ । ଏହି ପଦରେ ଆବେଦନ ମାର୍ଚ୍ଚ ୭ ତାରିଖରୁ ଆରମ୍ଭ ହୋଇଛି । ସମୁଦାୟ ୬୦ ଟି ପଦବୀ ପାଇଁ ବିଜ୍ଞପ୍ତି ଜାରି ହୋଇଛି । ତେବେ ଆବେଦନ କରିବା ପୂର୍ବରୁ ଆଶାୟୀ ଅଫିସିଆଲ ନୋଟିଫିକେସନ ପଢ଼ିନେବାକୁ ପରାମର୍ଶ ।

ଆବେଦନ କରିବାର ଗୁରୁତ୍ୱପୂର୍ଣ୍ଣ ତାରିଖ:

ଆବେଦନ ଆରମ୍ଭ: ୭ ମାର୍ଚ୍ଚ ୨୦୨୨

ଅନଲାଇନ ଆବେଦନର ଶେଷ ତାରିଖ: ୨୧ ମାର୍ଚ୍ଚ ୨୦୨୨

ଏହି ପଦବୀରେ ରହିଛି ଖାଲି:

ଇଟି ଫାଇନାନ୍ସ(ସିଏ/ସିଏମଏ)- ୨୦ ପଦ

ଇଟି ଫାଇନାନ୍ସ (ଏମବିଏ ଫାଇନାନ୍ସ)- ୧୦ ପଦ

ଇଟି ଏଚଆର-୩୦ ପଦ

ଏଭଳି ମିଳିବ ଦରମା:

ଆଶାୟୀଙ୍କ ଦରମା ୪୦,୦୦୦ ରୁ ୧,୪୦,୦୦୦ ପର୍ଯ୍ୟନ୍ତ ରହିଛି ।

ଆୟୁ ସୀମା: ଆଶାୟୀଙ୍କ ବୟସ ସର୍ବାଧିକ ୨୯ ବର୍ଷ ହୋଇଥିବା ଆବଶ୍ୟକ ।

ଅନଲାଇନ ପରୀକ୍ଷା ଏବଂ ବ୍ୟକ୍ତିଗତ ସାକ୍ଷାତକାର ଆଧାରରେ ଚୟନ କରାଯିବ । ତେବେ ଶିକ୍ଷାଗତ ଯୋଗ୍ୟତା ଏବଂ ଅନ୍ୟାନ୍ୟ ବିବରଣୀ ପାଇଁ ଅଫିସିଆଲ ନୋଟିଫିକେସନ ଦେଖନ୍ତୁ ।

Get real time updates directly on you device, subscribe now.