fbpx

ପ୍ରଫେଟ ମହମ୍ମଦଙ୍କ ଉପରେ ବୟାନ: ବଢ଼ିଲା ଅଡ଼ୁଆ, ନୁପୂର ଶର୍ମାଙ୍କୁ ମୁମ୍ବ୍ରା ପୋଲିସର ସମନ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟୀର ପୂର୍ବ ମୁଖପାତ୍ର ନୂପୁର ଶର୍ମାଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ସୂଚନା ଅନୂଯାୟୀ ମୁମ୍ବ୍ରା ପୋଲିସ ନୂପୁର ଶର୍ମାଙ୍କୁ ୨୨ ଜୁନ୍ ସୁଦ୍ଧା ହାଜର ହେବାପାଇଁ କହିଛି । ପ୍ରଫେଟ ମହମ୍ମଦଙ୍କ ଉପରେ ଟିପ୍ପଣୀକୁ ନେଇ ନୂପୁର ଶର୍ମାଙ୍କ ବିରୋଧରେ ମୁମ୍ବ୍ରା, ଥାଣେ ଏବଂ ପାୟୁଧିନୀରେ ତିନିଟି ମାମଲା ରୁଜୁ ହୋଇଛି ।

ସୂଚନାଯୋଗ୍ୟ, ନୂପୁର ଶର୍ମା ଏକ ଟିଭି ଡିବେଟରେ ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ବୟାନ ଦେଇଥିଲେ, ଯାହାକୁ ନେଇ ଏବେ ରାଜନୀତି ଜୋର ଧରିଛି । ଏପରିକି ଆରବ ଦେଶମାନେ ଏହି ବୟାନକୁ ନିନ୍ଦା କରିଛନ୍ତି । ଏହି ବୟାନକୁ ନେଇ ବିଜେପି ନୂପୁରଙ୍କୁ ଦଳରୁ ମଧ୍ୟ ନିଲମ୍ବିତ କରିଛି ।

ଏଆଇଏମଆଇଏମ ମୁଖ୍ୟ ଅସଦ୍ଦୁଦୀନ ଓୱେସୀଙ୍କ ସହ ଅନେକ ନୂପୁରଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି । ଏହା ବ୍ୟତୀତ ଇରାନ, ଇରାକ, ଭଳି ପ୍ରାୟ ୧୪ ଦେଶ ଭାଜପାର ଏହି ପୂର୍ବ ନେତାଙ୍କ ବୟାନ ଉପରେ ଆପତ୍ତି ଉଠାଇଥିଲେ । ଅବଶ୍ୟ ନୂପୁରଙ୍କୁ ନିଜ ବୟାନକୁ ନେଇ କ୍ଷମା ମାଗିଛନ୍ତି ।

ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ପୋଲିସ ଶର୍ମା ଏବଂ ତାଙ୍କ ପରିବାର ଲୋକଙ୍କୁ ସୁରକ୍ଷା ଯୋଗାଇଛନ୍ତି । ପ୍ରଫେଟ ମହମ୍ମଦଙ୍କୁ ନେଇ ବିବାଦୀୟ ବୟାନ ଯୋଗୁଁ ମିଳୁଥିବା ଧମକ ଯୋଗୁଁ ଶର୍ମା ସୁରକ୍ଷା ପାଇଁ ଅନୁରୋଧ କରିଥିଲେ । ଏହା ସହ ଘଟଣାର ପ୍ରାଥମିକ ମାମଲା ରୁଜୁ କରିଛି ପୋଲିସ ।

Get real time updates directly on you device, subscribe now.