fbpx

(Video) ନର୍ସଙ୍କ ଅଭିନବ ଉପାୟ: ଡାନ୍ସ ମାଧ୍ୟମରେ ସୁସ୍ଥ ହେଲେ ରୋଗୀ

ଜଣେ ନର୍ସ ତାଙ୍କର ନିଜର ସେବା ପାଇଁ ଏବେ ସୁବଠାରେ ପ୍ରଶଂସିତ ହେଉଛନ୍ତି । ଭାଇରାଲ ହେଉଥିବା ଏକ ଭିଡ଼ିଓ ଦେଖଲେ ହୁଏତ ଆପଣବି ନର୍ସ ଜଣଙ୍କୁ ଧନ୍ୟବାଦ ନ ଦେଇ ରହିପାରିବେନି । ପକ୍ଷାଘାତ ରୋଗରେ ପୀଡ଼ିତ ଜଣେ ରୋଗୀଙ୍କ ନର୍ସ ଜଣକ କିଭଳି ବ୍ୟବହାର କରୁଛନ୍ତି ଦେଖିଲେ ଆପଣବି ଖୁସି ହୋଇଯିବେ । ଆଉ ତାଙ୍କର ଏହି ସେବା କରିବାର ଅନ୍ଦାଜର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ପ୍ରକୃତରେ ନର୍ସ ଜଣଙ୍କ ଡ଼୍ୟାନ୍ସ ମାଧ୍ୟମରେ ଚେଷ୍ଟା କରୁଛନ୍ତି ରୋଗୀର ହାତଗୋଡ଼ିକୁ ମୁଭମେଣ୍ଟ କରାଇବା ପାଇଁ । ଯାହାର ପ୍ରଭାବ ବି ପଡ଼ିଥିବା କୁହାଯାଉଛି । ଗୀତର ତାଳେ ତାଳେ ଏପଟେ ନର୍ସ ହାତଦୁଇଟି ହଲାଇ ନଚିଲା ବେଳକୁ । ସେପଟେ ପକ୍ଷାଘାତରେ ପୀଡ଼ିତ ଥିବା ରୋଗୀ ଜଣଙ୍କ ଗୋଟିଏ ହାତ ଉଠାଇ ନାଚିବାକୁ ଚେଷ୍ଟା କରୁଛନ୍ତି । ଜଣେ ପକ୍ଷାଘାତ ରୋଗୀଙ୍କ ପାଇଁ ଏହାଠାରୁ ବଡ଼ ଚିକ୍ରିସା ଆଉ କଣ ହୋଇପାରେ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.