fbpx

OCA ପକ୍ଷରୁ କୋଚ୍ ଘୋଷଣା; ନଟରାଜଙ୍କୁ ବ୍ୟାଟିଂ କୋଚ୍ ଦାୟିତ୍ୱ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଓଡ଼ିଶା କ୍ରିକେଟ ଆସୋସିଏସନ ପକ୍ଷରୁ ବିଭିନ୍ନ ବୟସବର୍ଗ ପାଇଁ କୋଚ ଓ ସହକାରୀ କୋଚଙ୍କ ନାମ ଘୋଷଣା କରାଯାଇଛି । ପୂର୍ବରୁ ୱାସିମ ଜାଫରଙ୍କୁ ରଣଜୀ ଦଳର ମୁଖ୍ୟ କୋଚ ଭାବରେ ଘୋଷଣା କରାଯାଇଥିବା ବେଳେ ରବିବାର ବୋଲିଂ କୋଚ ଭାବରେ ସଞ୍ଜୟ ଶତପଥୀଙ୍କ ନାମ ଘୋଷଣା କରାଯାଇଛି । ଆସନ୍ତା ୨୦୨୧-୨୨ ସିଜିନ୍ ପାଇଁ ପୂର୍ବତନ ଅଫ ସ୍ପିନର ଶତପଥୀଙ୍କୁ ବୋଲିଂ କୋଚ ଦାୟିତ୍ୱ ପ୍ରଦାନ କରାଯାଇଛି । ଏହା ସହିତ ଗୌତମ ଗୋପାଳଙ୍କୁ ଦଳର ଫିଲ୍ଡିଂ କୋଚ୍ ଭାବରେ ନିଯୁକ୍ତ କରାଯାଇଛି ।

୨୩ ବର୍ଷରୁ କମ୍ ଦଳ ପାଇଁ ବ୍ୟାଟିଂ କୋଚ୍ ଭାବରେ ନଟରାଜ ବେହେରାଙ୍କ ନାମ ଘୋଷଣା କରାଯାଇଛି । ପୂର୍ବତନ ସ୍ପିନର ତଥା ନଟରାଜଙ୍କ ଦଳୀୟ ସାଥି ରାକେଶ ମହାନ୍ତିଙ୍କୁ ବୋଲିଂ କୋଚ ଭାବରେ ନିଯୁକ୍ତି ମିଳିଛି । ଓଡ଼ିଙଶା ତଥା ରାଜସ୍ଥାନ ପାଇଁ ରଣଜୀ ଟ୍ରଫି ଖେଳିଥିବା ରଶ୍ମିରଞ୍ଜନ ପରିଡାଙ୍କୁ ୧୪, ୧୬ ଓ ୧୯ ବର୍ଷରୁ କମ୍ ଦଳର ମୁଖ୍ୟ କୋଚ ଭାବରେ ନିଯୁକ୍ତ କରାଯାଇଛି । ଏହା ସହିତ ବରିଷ୍ଠ ମହିଳା ଦଳ ପାଇଁ ସୁରେଶ କୁମାରଙ୍କୁ ମୁଖ୍ୟ କୋଚ ଏବଂ ବିକାଶ ପତିଙ୍କୁ ବ୍ୟାଟିଂ କୋଚ ଭାବରେ ନିଯୁକ୍ତ କରାଯାଇଛି ।

Get real time updates directly on you device, subscribe now.