କମେଡିଆନ୍ ହାଡ଼ୁଙ୍କ ଅବସ୍ଥା ଗୁରୁତର! ତତଲା ତେଲ କଡ଼େଇରେ ପଡ଼ି ଜଳିଯାଇଛି ୮୫% ଶରୀର
ସମରେ ଚିକିତ୍ସିତ ହେଉଛନ୍ତି ହାଡ଼ୁ । ଚିକିତ୍ସା ରହିଛି ଜାରି ।
ଭୁବନେଶ୍ୱର: ଓଡ଼ିଆ ସିନେମା ତଥା ସିରିଏଲ୍ ଜଗତରେ ଅଭିନୟ କରି ଲୋକଙ୍କ ଗହଣରେ ନିଜର ପରିଚୟ ସୃଷ୍ଟି କରିପାରିଥିବା ହାଡ଼ୁ ଭାଇଙ୍କୁ ନେଇ ଆସିଛି ଦୁଃଖ ଖବର ।
ହାଡ଼ୁଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଗୁରୁତର । ଏମ୍ସର ଆଇସିୟୁରେ ସେ ଏବେ ଭର୍ତ୍ତି । ପୁଅ କହିଛନ୍ତି, ତାଙ୍କ ପ୍ରଶଂସକମାନଙ୍କ ପ୍ରାର୍ଥନା ହିଁ ସେମାନଙ୍କ ପ୍ରିୟ କଳାକାରଙ୍କୁ ଭଲ କରିପାରିବ ।
କାଟ୍ରିଙ୍ଗ ବ୍ୟବସାୟ କରୁଥିବା ହାଡ଼ୁ ଦୁଇଦିନ ପୂର୍ବେ ରୋଷେି ଶାଳରେ ଥିବା ସମୟରେ ତାଙ୍କ ଗୋଡ଼ ଖସି ଯାଇଥିଲା । କଡେଇରେ ମୁଣ୍ଡ ମାଡ଼ ହୋଇ ଫାଟିଯାଇଥିବାବେଳେ ଗରମ ତେଲ ମଧ୍ୟ ତାଙ୍କ ମୁହଁ ଓ ଶରୀରରେ ଛିଟିକି ପଡ଼ିଥିଲା ।
ଯାହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା । ଚିକିତ୍ସା ପାଇଁ ତାଙ୍କୁ ତୁରନ୍ତୁ ନମ୍ବର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବା କାରଣରୁ ହାଡ଼ୁଙ୍କୁ ସମ ହସ୍ପିଟାଲ ରେଫର କରାଯାଇଥିଲା ।
ଡାକ୍ତରଙ୍କ ସୂଚନା ଅନୁସାରେ, ରକ୍ତଚାପ ଓ ମଧୁମେହରେ ଆକ୍ରାନ୍ତ ହେବା କାରଣରୁ ହାଡ଼ୁଙ୍କ ପୋଡ଼ା କ୍ଷତ ଶୁଖିବା ପାଇଁ ଅଧିକ ସମୟ ଲାଗିବ । ସେପଟେ ତାଙ୍କ ପୁଅ ବାପାଙ୍କ ଆରୋଗ୍ୟ କାମନା କରି ତାଙ୍କ ପ୍ରଶଂସକଙ୍କୁ ପାର୍ଥନା କରିବାକୁ ଅନୁରୋଧ କରିଛନ୍ତି ।