fbpx

ବିଶ୍ୱକପ ଫାଇନାଲ ମ୍ୟାଚରେ ଭାରତର ପରାଜୟ ସହି ନପାରି ଆତ୍ମହତ୍ୟା କଲେ ଓଡ଼ିଆ ଯୁବକ!

ଓଡିଶା ଭାସ୍କର; ଗତକାଲି ୨୦୨୩ ବିଶ୍ୱକପ ଫାଇନାଲ ମ୍ୟାଚରେ ପରାଜୟ ସାମ୍ନା କରିଛି ଭାରତୀୟ କ୍ରିକେଟ ଦଳ । ଅଷ୍ଟ୍ରେଲିଆ ଠାରୁ ଭାରତର ହାରିଯିବା ପରେ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଉପସ୍ଥିତ ଲକ୍ଷାଧିକ ଭାରତୀୟଙ୍କ ଆଖିରେ ଲୁହ ଭରି ଯାଇଥିଲା । ସେହିପରି ସାରାଦେଶର କ୍ରୀଡାପ୍ରେମୀଙ୍କ ମନରେ ବି ପରାଜୟର ଦୁଃଖ ଅନେକ ଆଘାତ ପହଞ୍ଚାଇଛି । ସବୁଠି କେବଳ ନୀରବତା ଓ ଦୁଃଖଭରା ସାନ୍ତ୍ୱନା ଦେଖିବାକୁ ମିଳିଛି । ତେବେ ଏହାରି ଭିତରେ ଭାରତର ପରାଜୟକୁ ନେଇ ଏକ ଦୁଖଦଃ ଘଟଣା ମଧ୍ୟ ଘଟିଛି । ପରାଜୟର କଷ୍ଟ ସହି ନପାରି ଜଣେ ଓଡ଼ିଆ ଯୁବକ ନିଜର ଜୀବନ ହାରି ଦେଇଛନ୍ତି ।

ସୂଚନା ଅନୁଯାୟୀ, ଜଣେ ୨୩ବର୍ଷୀୟ ଯୁବକ ଭାରତର ପରାଜୟକୁ ସହିନପାରି ଜୀବନ ହାରିଛନ୍ତି। ମୃତ ଯୁବକ ଜଣକ ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ଜରୀ ପଞ୍ଚାୟତ କୁଳସାହି ଗାଁ’ର ନୀଳମଣି ଦାସଙ୍କ ସାନ ପୁଅ ଦେବରଞ୍ଜନ ଦାସ(ଦେବ) । ଆଜି ସକାଳୁ ସକାଳୁ ଦେବଙ୍କ ମୃତ ଶରୀର ପଡୋଶୀ ଛାତରେ ଥିବା ଏକ ରଡ଼ରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ପରିବାର ଲୋକ ଓ ସ୍ଥାନୀୟ ଅଞ୍ଚଳର ଚର୍ଚ୍ଚା ଅନୁସାରେ ଭାରତର ବିଶ୍ୱକପ ପରାଜୟ ପାଇଁ ଦେବ ଆତ୍ମହତ୍ୟା କରିଛନ୍ତି ।

କୁହାଯାଉଛି ଯେ, ମ୍ୟାଚରେ ଭାରତ ହାରିବା ପରେ ମନେ ମନେ ଦେବ ଭାରି ବିରକ୍ତି ହେଉଥିଲା । ଆଉ ବାରମ୍ବାର କହି ହେଉଥିଲା ବିଶ୍ୱକପ୍‌ ଚାଲିଗଲା । ବିରାଟ ରୋହିତଙ୍କ ସେ ଶୁଖିଲା ମୁହଁ ଦେଖି ହବନି । ଗ୍ୟାଲେରୀରେ ଦର୍ଶକଙ୍କ କାନ୍ଦ କାନ୍ଦ ମୁହଁକୁ ଚାହିଁ ହବନି । ଏମିତି ବିରକ୍ତି ହୋଇ ରାତିରେ ଦେବ ବାହାରକୁ ଚାଲିଯାଇଥିଲେ। ଏହା ପରେ ସେ ଆଉ ରାତିରେ ଘରକୁ ଫେରିନଥିଲେ । ଘରେ ଭାବିଲେ ବୋଧହୁଏ ଦେବ ତାର କୋଉ ସାଙ୍ଗ ପାଖରେ ରହିଯାଇଛି । କିନ୍ତୁ ସକାଳୁ ଦେଖିଲାବେଳକୁ ଦେବଙ୍କ ମୃତ ଦେହ ପଡିଶା ଘରର ଛାତ ଉପରୁ ଦେଖିବାକୁ ମିଳିଥିଲା । ଏହା ପରେ ପରିବାର ବର୍ଗ ଜରି ବିଟ ହାଉସକୁ ଖବର ଦେଇଥିଲେ । ଖବର ପାଇ ଜରୀ ବିଟ ହାଉସର ଅଧିକାରୀ ପହଞ୍ଚି ମୃତ ଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି। ଚର୍ଚ୍ଚା ହେଉଛି ଯେ, ଦେବ କୁଆଡେ ମାନସିକ ବିକାରଗ୍ରସ୍ଥ ଥିଲେ । କିନ୍ତୁ ଖେଳକୁ ସେ ଭାରି ଭଲ ପାଉଥିଲେ । ସେଥିପାଇଁ ଗତକାଲି ସେ ଭାରତୀୟ ଦଳର ପରାଜୟ ସହି ନପାରି ଜୀବନ ହାରି ଦେଇଛନ୍ତି ।

Get real time updates directly on you device, subscribe now.