ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ଚଳଚ୍ଚିତ୍ର ଜଗତରୁ ଆସିଛି ଏକ ବଡ଼ ଦୁଃଖ ଖବର । ଫିଲ୍ମ ପ୍ରଯୋଜକ ରାଜିନ୍ଦର ସିଂ ଭୁରଜିଙ୍କ ପରଲୋକ ଘଟିଛି । ଓଡ଼ିଆ ସିନେମା ‘ମୁଁ ଖାଣ୍ଟି ଓଡ଼ିଆ ଝିଅ’ର ପ୍ରଯୋଜନା କରିଥିବା ରାଜିନ୍ଦର ଆଉ ନାହାନ୍ତି । ଗତକାଲି ଅପରାହ୍ଣ ୪ଟା ସମୟରେ ରାଜଧାନୀ ଭୁବନେଶ୍ୱରର ଏକ ପ୍ରାଇଭେଟ ହସପିଟାଲରେ ସେ ଅନ୍ତିମ ନିଃଶ୍ୱାସ ତ୍ୟାଗ କରିଛନ୍ତି । ରାଜିନ୍ଦର ଭୁବନେଶ୍ୱର ଗୁରୁଦ୍ୱାର ସିଂ ସଭାର ସଭାପତି ରହିଥିବା ସହ ପଞ୍ଜାବୀ କଲଚରାଲ ଆସୋସିଏସନର କାର୍ଯ୍ୟନିର୍ବାହୀ ସଦସ୍ୟ ମଧ୍ୟ ଥିଲେ । ତାଙ୍କର ମୃତ୍ୟୁରେ ଓଡ଼ିଆ ସିନେ ଜଗତ ସହ ଜଡ଼ିତ ଅନେକ ଅଭିନେତା, ଅଭିନେତ୍ରୀଙ୍କ ସମେତ କଳାକାର ଓ ଟେକ୍ନିସିଆନଙ୍କ ମହଲରେ ଗଭୀର ଶୋକର ଲହରୀ ଖେଳିଯାଇଛି । ଆଜି ସତ୍ୟନଗର ସ୍ଥିତ ଶ୍ମଶାନରେ ଶ୍ରୀ ଭୁରଜୀଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି ।