fbpx

ଆସନ୍ତା କାଲି ସକାଳେ ଜନ୍ମମାଟିରେ ପହଞ୍ଚିବ ସହିଦ ନୀଳାଞ୍ଚଳଙ୍କ ମୃତଦେହ

ଓଡିଶା ଭାସ୍କର; ଆସନ୍ତା କାଲି ସକାଳେ ଜନ୍ମମାଟିରେ ପହଞ୍ଚିବ ସହିଦ ନୀଳାଞ୍ଚଳଙ୍କ ମୃତଦେହ । ବରଗଡ ଜିଲ୍ଲା ଭେଡେନ ବ୍ଳକ ଅନ୍ତର୍ଗତ ବାଘପାଲି ଜନ୍ମମାଟିରେ ସହିଦ ଯବାନ ନୀଳାଞ୍ଚଳ ପଟେଲଙ୍କ ମରଶରୀର ପହଞ୍ଚିବା ନେଇ ସୂଚନା ମିଳିଛି । ଶେଷ ଥର ପାଇଁ ପରିବାର ଲୋକେ, ବନ୍ଧୁ, ସମ୍ପର୍କୀୟ ଓ ଦେଶବାସୀ ନୀଳାଞ୍ଚଳଙ୍କ ମୃତଦେହ ଦର୍ଶନ କରିବେ । ଏହା ପରେ ରାଷ୍ଟ୍ରୀୟ ମର୍ୟ୍ୟଦା ସହ ଗାଁ ମାଟିରେ ଶେଷକୃତ୍ୟ ହେବ । ସ୍ୱାଧୀନତା ଦିବସର ଗୋଟେ ଦିନ ଆଗରୁ ଜନ୍ମଭୂମିରେ ବିଲୀନ ହେବେ ବୀର ଯବାନ ନୀଳାଞ୍ଚଳ ପଟେଲ ।

ସୂଚନା ଅନୁଯାୟୀ, ନୀଳାଞ୍ଚଳଙ୍କ ମରଶରୀରକୁ ଆକାଶ ମାର୍ଗରେ ମଣିପୁରରୁ କୋଲକତାକୁ ଅଣାଯିବ । ଏହା ପରେ କୋଲକତାରୁ ସଡ଼କ ପଥରେ ବରଗଡ଼ ଜିଲ୍ଲା ଭେଡେନ ବ୍ଲକର ବାଘପାଳି ଗ୍ରାମକୁ ଅଣାଯିବ । ଆସନ୍ତା କାଲି ସକାଳ ସମୟରେ ତାଙ୍କ ମରଶରୀର ଜନ୍ମମାଟିରେ ପହଞ୍ଚିବା ନେଇ ସୂଚନା ରହିଛି ।

ବାଘପାଲି ଗ୍ରାମର ଆଦି ପଟେଲ ଏବଂ ଗୁରୁବାରୀ ପଟେଲଙ୍କ ପୁଅ ହେଉଛନ୍ତି ନୀଳାଞ୍ଚଳ ପଟେଲ । ୨୦୦୪ରେ ଆସାମ ରାଇଫଲ୍ସରେ ଯୋଗ ଦେଇଥିଲେ ନୀଳାଞ୍ଚଳ । ଗତକାଲି ମଣିପୁର ଠାରେ କାର୍ଯ୍ୟରତ ଥିବା ପାଟ୍ରୋଲିଂ ସମୟରେ ଏକ ଦୁର୍ଘଟଣାରେ ସେ ସହିଦ ହୋଇଥିଲେ ।

Get real time updates directly on you device, subscribe now.