Breaking: ପୁଣିଥରେ ନିର୍ଦ୍ବନ୍ଦ୍ବରେ ରାଜ୍ୟ ବିଜେପି ସଭାପତି ହେଲେ ମନମୋହନ ସାମଲ, ଜଣେ ହିଁ ଭରିଥିଲେ ନାମାଙ୍କନ
ଏକମାତ୍ର ପ୍ରାର୍ଥୀ ହୋଇଥିବାରୁ ମନମୋହନ ପୁଣି ହେବେ ରାଜ୍ୟ ବିଜେପି ସଭାପତି ।
ଭୁବନେଶ୍ବର: ରାଜ୍ୟ ବିଜେପି ସଭାପତି ପଦ ନେଇ ଯାହା ଚର୍ଚ୍ଚା ହେଉଥିଲା ତାହା ସତ ହେବାକୁ ଯାଉଛି । ଏହି ପଦ ପାଇଁ ନାମାଙ୍କନ ଭରିଲେ ମନମୋହନ ସାମଲ । ବର୍ତ୍ତମାନ ସୁଦ୍ଧା ସେ ଜଣେ ନାମାଙ୍କନ ଦାଖଲ କରିଥିବା ବେଳେ ସେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ।
ନିର୍ଦ୍ବନ୍ଦ୍ବରେ ନିର୍ବାଚିତ –କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଓ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସେ ନାମାଙ୍କନ ଦାଖଲ କରିଛନ୍ତି । ପୁଣି ଥରେ ସଭାପତି ହେବେ ମନମୋହନ ସାମଲ । ସେ ଜଣେ ନାମାଙ୍କନ ଭରିଥିବା ବେଳେ ସେ ହିଁ ହେବେ ରାଜ୍ୟ ବିଜେପି ସଭାପତି ।
ବିଜେପି ରାଜ୍ୟ କାର୍ଯ୍ୟାଳୟ ସଭାପତି ନିର୍ବାଚନ ଅଧିକାରୀ ପ୍ରତାପ ଷଡ଼ଙ୍ଗୀ ଏବଂ ଦଳର ରାଷ୍ଟ୍ରୀୟ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ୱାଲଙ୍କ ତତ୍ତ୍ଵାବଧାନରେ ଜାରି ରହିଛି ନିର୍ବାଚନ ପ୍ରକ୍ରିୟା । ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଅପରାହ୍ନ ସାଢେ ୩ଟା ପର୍ଯ୍ୟନ୍ତ ଚାଲିବ । ସେହିପରି 32ଜଣ ରାଷ୍ଟ୍ରୀୟ କାଉନସିଲ ପାଇଁ ନାମାଙ୍କନ ଭରିଛନ୍ତି ।
ନିର୍ବାଚନ ଜିତିବା ମନମୋହନଙ୍କୁ ଦେଲା ପାଓ୍ବାର- ତେବେ ସବୁଠାରୁ ବଡ଼ କଥା ହେଉଛି ମନମୋହନ ସାମଲଙ୍କ ଉପରେ ପୁଣିଥରେ ଦଳ ଭରସା କରିଛି । ପୁଣି ଥରେ ବିଜେପି ସଭାପତିର ଦାୟିତ୍ବ ନେବେ ମନମୋହନ ସାମଲ । ଦିନ 10ଟାରୁ 11 ଟା ଭିତରେ ବିଧିବଦ୍ଧ ଭାବେ ଘୋଷଣା କରାଯିବ ।
ତେବେ ରାଜ୍ୟ କାର୍ଯ୍ୟାଳୟରେ ସଭାପତି ପଦ ପାଇଁ ମନମୋହନ ନାମାଙ୍କନ ଭରିବା ସମୟରେ କର୍ମୀଙ୍କ ଉପରେ ଉତ୍ସାହ ଦେଖାଯାଇଥିଲା । ସମସ୍ତେ ଜିନ୍ଦାବାଦ ଜିନ୍ଦାବାଦ ନାରା ଦେଉଥିଲେ ।