କପି ଦେବାକୁ ଟଙ୍କା ଆଦାୟ: ସହଯୋଗ କଲେନି, ତାତିଲେ ପରୀକ୍ଷାର୍ଥୀ

ନୀଳଗିରି: ରାଜ୍ୟରେ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା। ସୁଚାରୁରୂପେ ପରୀକ୍ଷା କରିବା ସହିତ କପି ରୋକିବାକୁ ମାଧ୍ୟମିକ ଶିକ୍ଷା ବୋର୍ଡ (BSE) ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଏହାରି ମଧ୍ୟରେ ମାଟ୍ରିକ୍ ପରୀକ୍ଷାରେ କପି ଯୋଗାଇ ଦିଆଯିବା ନେଇ ବାଲେଶ୍ୱରରେ ବଡ ଠକେଇ ହୋଇଥିବା ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ ଜଣେ ବ୍ୟକ୍ତି ପ୍ରତିଶ୍ରୁତି ଦେଇ ଜଣେ ପରୀକ୍ଷାର୍ଥୀ ପିଛା ହଜାରେ ଟଙ୍କା ଲେଖାଏଁ ନେଇଥିଲେ। ପାଖାପାଖି ୬୦ ଜଣଙ୍କଠୁ ଟଙ୍କା ଆଦାୟ ହୋଇଥିଲା । ହେଲେ ପରୀକ୍ଷାରେ କେହି ସହଯୋଗ କଲେନି କି କପି ଦିଆଗଲାନି। ଯାହାକୁ ନେଇ ତୁମ୍ବିତୋଫାନ ହୋଇଥିଲା।

ପ୍ରତାରଣାକାରୀ ଛାତ୍ରମାନଙ୍କୁ ଉତ୍ତର ଖାତା ପ୍ରଦାନ କରିବାରେ ବିଫଳ ହେବା ପରେ ପରିସ୍ଥିତି ଆହୁରି ଖରାପ ହୋଇଯାଇଥିଲା। ପରୀକ୍ଷାର ପ୍ରଥମ ଦିନ ପରେ କ୍ରୋଧିତ ଛାତ୍ର ଏବଂ ସେମାନଙ୍କ ଅଭିଭାବକମାନେ ଠକଙ୍କ ସହ ମୁହାଁମୁହିଁ ହୋଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ଠକେଇ ବିଷୟରେ ଅଧିକ ବିବରଣୀ ଉନ୍ମୋଚନ କରିବା ପାଇଁ ବର୍ତ୍ତମାନ ତଦନ୍ତ ଚାଲିଛି।

ସୂଚନା ଅନୁଯାୟୀ ନୀଳଗିରି ଅଞ୍ଚଳରେ ଦଶମ ପରୀକ୍ଷା ଦେଇ ପାରି ନଥୁବା ପରୀକ୍ଷାର୍ଥୀଙ୍କୁ ବଞ୍ଚିତ ନ କରିବା ପାଇଁ ଓପନ ସ୍କୁଲିଂ ମାଧ୍ୟମରେ ପରୀକ୍ଷା ଦେବାର ସୁଯୋଗ ସରକାର ଦେଇଛନ୍ତି। ଏନେଇ ୧୮ରୁ ୫୯ ବର୍ଷ ବୟସର ପ୍ରାୟ ୬୦ ଜଣ ପୁରୁଷ ଓ ମହିଳା ପରୀକ୍ଷାର୍ଥୀ ନୀଳଗିରି କୈଳାସ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର ପରୀକ୍ଷା ଦେବାକୁ ସେଣ୍ଟର୍‌ରେ ପହଞ୍ଚିଥିଲେ। ପରୀକ୍ଷାରେ କପି ଯୋଗାଇ ଦିଆଯିବା ସହ ସହଯୋଗ କରାଯିବା ନେଇ ପୂର୍ବରୁ ଜଣେ ବ୍ୟକ୍ତି ପରୀକ୍ଷାର୍ଥୀ ପିଛା କୁଆଡ଼େ ହଜାରେ ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ହେଲେ ପ୍ରଶ୍ନପତ୍ର ପାଇଲା ପରେ ପରୀକ୍ଷାର୍ଥୀ କୌଣସି ସହଯୋଗ ପାଇ ନ ଥିଲେ। ପରୀକ୍ଷାର୍ଥୀମାନେ ଅପରାହ୍ନରେ ସଂପୃକ୍ତ ବ୍ୟକ୍ତିଙ୍କ ବାସଭବନରେ ପହଞ୍ଚି ଟଙ୍କା ଫେରସ୍ତ କରିବାକୁ ଅଡ଼ି ବସିଥିଲେ। ଉଭୟଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ପରେ ସ୍ଥାନୀୟ ପୁଲିସ୍ ଖବରପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା। ପରେ ସେମାନଙ୍କ ମଧ୍ୟରେ ଅପୋଷ ସମାଧାନ ହୋଇଥିଲା। ଟଙ୍କା ଫେରସ୍ତ ପରେ ପରିସ୍ଥିତି ଶାନ୍ତ ପଡ଼ିଥିବା ଜଣାପଡ଼ିଛି।

 

Breaking News

US imposes visa bans on Nigerians who disrupted elections