fbpx

ଆଜି ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ ବୈଠକ

ଭୁବନେଶ୍ୱର,୯ ।୨(ଓଡିଶା ଭାସ୍କର): ଆଜି ସନ୍ଧ୍ୟାରେ ମନ୍ତ୍ରୀ ପରିଷଦ ଓ ରାଜ୍ୟ କ୍ୟାବିନେଟ ବୈଠକ ବସିବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଉଭୟ ବୈଠକ ବସିବ । ବଜେଟ ଅଧିବେଶନ ପୂର୍ବରୁ ବସୁଛି କ୍ୟାବିନେଟ ବୈଠକ । ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ଚିଠା ବଜେଟକୁ ଏଥିରେ ଅନୁମୋଦନ ମିଳିବ । କ୍ୟାବିନେଟରେ ୨୫ଟି ପ୍ରସ୍ତାବ ଉପରେ ମୋହର ଲାଗିପାରେ ।

ସେଥିମଧ୍ୟରେ ଏମଏସଏମଇ, ଏସଏସପିଡ଼ି, ପଞ୍ଚାୟତିରାଜ, ସ୍ବାସ୍ଥ୍ୟ ଓ ସାଧାରଣ ପ୍ରଶାସନ ବିଭାଗ ଭଳି ବିଭିନ୍ନ ବିଭାଗର କ୍ୟାଡର ରୁଲ୍ ସଂଶୋଧନ ରହିଛି। ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ ଆସନ୍ତାକାଲି ଦିବ୍ୟାଙ୍ଗ ମାନଙ୍କ ପାଇଁ ଏକ ସେଣ୍ଟର ଅଫ୍ ଏକ୍ସଲେନ୍ସି କରାଯିବା ପାଇଁ ପ୍ରସ୍ତାବ ରହିଛି। ଏହାବାଦ୍ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ ବା ବିପିୟୁଟିର କ୍ୟାଡର ରୁଲ୍ ସଂଶୋଧନ ମଧ୍ୟ ରହିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ସମୀକ୍ଷକ ତଥା ଅଡିଟର-ସର୍ଭିସ୍ ରୁଲର ସଂଶୋଧନ ଅଣାଯିବ ବୋଲି ଜଣାଯାଇଛି।

Get real time updates directly on you device, subscribe now.