ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍) : ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ରକ୍ଷାବନ୍ଧନ ଅବସରରେ ଓଡ଼ିଶା ବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । କୋଭିଡକୁ ଦୃଷ୍ଟିରେ ରଖି ଗହଳି ନ କରି ଜନସାଧାରଣ ନିରାପଦରେ ଏହି ପର୍ବ ପାଳନ ପାଇଁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି । ଏଥିସହ ରକ୍ଷାବନ୍ଧନ ପାଇଁ ନବୀନ ନିବାସକୁ ନ ଆସିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।
ରାକ୍ଷୀ ପୂର୍ଣ୍ଣିମା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ କୋଭିଡକୁ ଦୃଷ୍ଟିରେ ରଖି ନିରାପଦରେ ରକ୍ଷା ବନ୍ଧନ ପର୍ବ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି। ଏଥିସହ ରାକ୍ଷୀ ବାନ୍ଧିବା ପାଇଁ ନବୀନ ନିବାସ ନ ଆସିବାକୁ ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। #Odisha
— CMO Odisha (@CMO_Odisha) August 10, 2022