ବାରବାଟୀରେ ଲାଇଟ୍ କଟିବା ପ୍ରସଙ୍ଗ : ପାଲଟା ଜବାବ ଦେଲେ ଉପମୁଖ୍ୟମନ୍ତ୍ରୀ, ବିଜେଡି ସରକାର ସମୟରେ କଣ ହୋଇଥିଲା ମନେ ପକାଇଦେଲେ
ବାରବାଟୀ ମ୍ୟାଚରେ ଲାଇଟ୍ କଟିବା ପ୍ରସଙ୍ଗ । ବିଜେଡି ଗୋହି ଖୋଲିଲେ ଉପମୁଖ୍ୟମନ୍ତ୍ରୀ ।
ଭୁବନେଶ୍ବର: ବାରବାଟୀ ଲାଇଟ୍ ବିଭ୍ରାଟକୁ ନେଇ ମୁହଁ ଖୋଲିଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ । ପୂର୍ବ ସରକାରର ବିଭ୍ରାଟକୁ ଦୋହରାଇ କହିଲେ ଅନ୍ୟକୁ ପଚାରିବା ପୂର୍ବରୁ ନିଜକୁ ଦେଖନ୍ତୁ ।
ଜେନେରେଟରରେ ଲାଗିଥିଲା ଲାଇଟ୍- ଏନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଲାଇଟ ବନ୍ଦ ହେବା ପଛରେ ଟାଟା ପାୱାର ଭୂମିକା ନାହିଁ । ଜେନେରେଟରରେ ଚାଲିଥିଲା ।
ପୂର୍ବ କଥା ଟିକେ ମନେ ପକାନ୍ତୁ- ଯେଉଁ ରାଜନୈତିକ ଦଳ ପ୍ରଶ୍ନ କରୁଛି, ଟିକେ ମନେ ପକାନ୍ତୁ । ରାଷ୍ଟ୍ରପତିଙ୍କ ବାରିପଦା ଗସ୍ତ କାର୍ଯ୍ୟକ୍ରମରେ ଲାଇଟ୍ କଟିଥିଲା । ସେତେବେଳେ ଜେନେରେଟର ନୁହେଁ, ସରକାରୀ ସପ୍ଲାଇ ଥିଲା ।
ପୂର୍ବ ସରକାର ସମୟରେ ହୋଇଥିବା ତ୍ରୁଟିର ମିଳିନି ପରିଚୟ- ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ସମୟରେ କଣ ହେଲା ଆଜିଯାଏଁ ସ୍ପଷ୍ଟୀକରଣ ମିଳିନି । ଅନ୍ୟକୁ ପଚାରିବା ପୂର୍ବରୁ ନିଜକୁ ଦେଖନ୍ତୁ ବୋଲି କହିଛନ୍ତି କେଭି ସିଂଦେଓ ।
କହିରଖୁଛୁ କି, ଗତ ରବିବାର ଦିନ କଟକ ବାରବାଟୀରେ ଇଣ୍ଡିଆ ଏବଂ ଇଂଲଣ୍ଡ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ସମୟରେ ହଠାତ୍ ଫ୍ଲଡ ଲାଇଟ୍ ବନ୍ଦ ହୋଇଯିବାରୁ କିଛି ସମୟ ଯାଏଁ ମ୍ୟାଚ ସ୍ଥଗିତ ହୋଇ ରହିଥିଲା । ତେବେ ଏହାକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଥିବା ହେଳେ ଆଜି ମୁହଁ ଖୋଲି ପାଲଟା ଜବାବ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।