ହକି ପରେ ଜାତୀୟ ଖୋ ଖୋ ଟିମ୍‌ର ପ୍ରାୟୋଜକ ହେବେ ରାଜ୍ୟ ସରକାର

ଜାତୀୟ ଖୋ ଖୋ ଟିମ୍‌ର ପ୍ରାୟୋଜକ ହେବେ ରାଜ୍ୟ ସରକାର। ୩ ବର୍ଷ ପାଇଁ ଜାତୀୟ ଖୋ ଖୋ ଟିମ୍‌ର ସ୍ପନସର୍ ରହିବ ଓଡ଼ିଶା। ଖର୍ଚ୍ଚ ହେବ ୧୫ କୋଟି।

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଜାତୀୟ ଖୋ ଖୋ ଟିମ୍‌ର ପ୍ରାୟୋଜକ ହେବେ ରାଜ୍ୟ ସରକାର । ୩ ବର୍ଷ ପାଇଁ ଜାତୀୟ ଖୋ ଖୋ ଟିମ୍‌ର ସ୍ପନସର୍ ରହିବ ଓଡ଼ିଶା ।

ପୂର୍ବରୁ ଓଡ଼ିଶା ଜାତୀୟ ହକି ଦଳର ପ୍ରାୟୋଜକ ଅଛି । ଖୋ ଖୋ ସ୍ପନସର୍ ପାଇଁ ବର୍ଷକୁ ୫ କୋଟି ହିସାବରେ ଖର୍ଚ୍ଚ ହେବ ୧୫ କୋଟି । ସ୍ପନସର୍ ଲାଗି ଅର୍ଥ ପ୍ରଦାନ କରିବ ଓଡ଼ିଶା ଖଣି ନିଗମ (OMC) ।