ଭୁବନେଶ୍ୱର: ଲକ୍ଷପତି ଦିଦି ସୃଷ୍ଟି କରିବାରେ ଓଡ଼ିଶା କଲା ରେକର୍ଡ । ଲକ୍ଷପତି ଦିଦି ସୃଷ୍ଟି କରିବାରେ ପ୍ରଥମ ସ୍ଥାନ ଅଧିକାର କରିଛି ରାଜ୍ୟ ।
ଗ୍ରାମୀଣ ମହିଳାଙ୍କୁ ସଶକ୍ତ କରିବା ପାଇଁ ସରକାରଙ୍କ ଦ୍ୱାରା ଲକ୍ଷପତି ଦିଦି ଯୋଜନାର ପ୍ରଚଳନ କରାଯାଇଥିଲା ।
ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୪ ଲକ୍ଷରୁ ଅଧିକ ମହିଳା ଲକ୍ଷପତି ଦିଦି ପାଲଟିଛନ୍ତି । ଅନୁମୋଦିତ ଲକ୍ଷ୍ୟର ୮୨% ପୂରଣ କରି ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି ।
ଏହି ଯୋଜନା ଦେଶବ୍ୟାପୀ ସବୁ ରାଜ୍ୟରେ ଲାଗୁ କରାଯାଇଛି । ପ୍ରତି ରାଜ୍ୟର ମହିଳାମାନଙ୍କୁ ସଶକ୍ତ କରି ସ୍ୱାବଲମ୍ବି କରିବା କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟ ।
ଏହାପୂର୍ବରୁ ରାଜ୍ୟ ସରକାର ସୁଭଦ୍ରା ଯୋଜନା ଲାଗୁ କରିଛନ୍ତି । ଯେଉଁଥିରେ କୋଟି କୋଟି ମହିଳା ଉପକୃତ ହୋଇଛନ୍ତି । ଏହି ଯୋଜନା ଅନ୍ତର୍ଗତ ୫ ବର୍ଷରେ ମହିଳାଙ୍କ ଖାତାକୁ ୫୦ ହଜାର ଟଙ୍କା ଯିବାର ଯୋଜନା ରଖିଛନ୍ତି ରାଜ୍ୟ ସରକାର ।