Big Breaking: ପୋଲିସ କର୍ମଚାରୀଙ୍କ ଦରମା ଏକାଥରକେ ୧୫ ହଜାର ବଢ଼ିଲା, ଖାକି ବାବୁଙ୍କ ମୁଣ୍ଡରେ ସୁନା କଳସ ଢ଼ାଳିଲେ ସରକାର
ଭୁବନେଶ୍ୱର: ପୋଲିସ କର୍ମଚାରୀଙ୍କ ପାରିଶ୍ରମିକ ବୃଦ୍ଧି କଲେ ସରକାର । ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସରେ ନିଯୁକ୍ତ କର୍ମଚାରୀଙ୍କ ଦରମା ବୃଦ୍ଧି ।
ସର୍ବନିମ୍ନ ଦରମା ୩୦ ହଜାରରୁ ବଢ଼ି ୪୫ ହଜାର କରାଗଲା । ପୋଲିସବାବୁଙ୍କ ପାରିଶ୍ରମିକ ବୃଦ୍ଧିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ।
କିଛିଦିନ ପୂର୍ବେ ରାଜ୍ୟ ସରକାର ହୋମଗାର୍ଡ ସଂଖ୍ୟାରେ ବୃଦ୍ଧି କରିଥିଲେ ।
ପୂର୍ବରୁ ଶିକ୍ଷକ, ପୋଲିସବାବୁଙ୍କ ଭତ୍ତା ଟଙ୍କା ବୃଦ୍ଧି ନେଇ ମୋହନ ସରକାର ବଡ଼ ଘୋଷଣା କରିଥିଲେ ।