fbpx

ଓଡ଼ିଶା ନିଯୁକ୍ତି ସେବା ଗ୍ରୁପ୍‍-ବି ରୁଲ୍‍ସ ୧୯୯୦କୁ ସଂଶୋଧନ କରିବେ ରାଜ୍ୟ ସରକାର, ଜାଣନ୍ତୁ କେଉଁମାନଙ୍କୁ ମିଳିବ ଫାଇଦା

Advertisement

ଭୁବନେଶ୍ୱର: ଓଡ଼ିଶା ନିଯୁକ୍ତି ସେବା ଗ୍ରୁପ୍‍-ବି ରୁଲ୍‍ସ ୧୯୯୦କୁ ରାଜ୍ୟ ସରକାର ସଂଶୋଧନ କରିବା ସହ ଯୋଗ୍ୟ ଅଧିକାରୀମାନଙ୍କର ଏକ କମନ୍‍ ଗ୍ରେଡେସନ୍‍ ଲିଷ୍ଟ ପ୍ରସ୍ତୁତ କରାଯିବ ବୋଲି ଜଣାଯାଇଛି। ନିଯୁକ୍ତି ମିଳିଥିବା ତାରିଖ ଓ ପଦବୀକୁ ଆଧାର କରି ପ୍ରତିବର୍ଷ ଜାନୁଆରୀ ୧ ତାରିଖ ସୁଦ୍ଧା ତାଲିକା ପ୍ରସ୍ତୁତ କରାଯିବ। ଏଥିରେ ବୟସାଧିକ ବ୍ୟକ୍ତିଙ୍କୁ ପ୍ରାଥମିକତା ଦିଆଯିବା ସହ ଅତିକମ୍‍ରେ ୫୦ପ୍ରତିଶତ ପଦବୀ ସିଧାସଳଖ ନିଯୁକ୍ତି ଦ୍ୱାରା ପୂରଣ କରାଯିବ।

ଏକକ ପ୍ରତିଯୋଗିତା ଭିତ୍ତିକ ପରୀକ୍ଷାର ଫଳାଫଳ ଆଧାରରେ ନିଯୁକ୍ତି ଦିଆଯିବା ସହ ବଳକା ପଦବୀକୁ ପଦୋନ୍ନତି ଆଧାରରେ ପୂରଣ କରାଯାଇପାରିବ ବୋଲି ଉଲ୍ଲେଖ କରାଯାଇଛି। ପଦୋନ୍ନତି ପଦବୀକୁ ଉତ୍ତୀର୍ଣ୍ଣ ହେଉଥିବା ପ୍ରାର୍ଥୀ ସ୍ନାତ୍ତକ ହାସଲ କରିଥିବା ସହ ନିଜ ପଦବୀରେ ଅତିକମ୍‍ରେ ୩ ବର୍ଷ କାର୍ଯ୍ୟ କରିଥିବେ ଏବଂ ଏଥିପାଇଁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଅନୁମୋଦନ ଆବଶ୍ୟକ ହେବ ବୋଲି ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଏହି ସଂଶୋଧନ ଦ୍ୱାରା କନିଷ୍ଠ ନିଯୁକ୍ତି ଅଧିକାରୀ, ମିନିଷ୍ଟରିଆଲ ଅଫିସର ଓ ନିଯୁକ୍ତି ନିର୍ଦ୍ଦେଶାଳୟ ପ୍ରଶାସନ ଅଧୀନରେ କାର୍ଯ୍ୟରତ କର୍ମଚାରୀଙ୍କ ନିଯୁକ୍ତି ବ୍ୟବସ୍ଥାରେ ସାମାନ୍ୟ ପରିବର୍ତ୍ତନ ଆସିଥିବା ଜଣାଯାଇଛି।

Get real time updates directly on you device, subscribe now.