fbpx

ନବୀନ ପଟ୍ଟନାୟକଙ୍କ ବଡ ଘୋଷଣା; ୧୦ ବର୍ଷ ପାଇଁ ହକିର SPONSOR ରହିବ ଓଡ଼ିଶା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକିକୁ ନେଇ ଆଉ ଏକ ବଡ ଘୋଷଣା କରିଛନ୍ତି । ଆସନ୍ତା ୧୦ ବର୍ଷ ଯାଏଁ ଓଡ଼ିଶା ହକିର ସ୍ପନସର ରହିବ । ଉଭୟ ପୁରୁଷ ଏବଂ ମହିଳା ହକି ଦଳର ସ୍ପନସର ଭାବରେ ଓଡ଼ିଶା ରହିବ ବୋଲି ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଅଲିମ୍ପିକ୍ସରେ ଇତିହାସ ରଚିଥିବା ପୁରୁଷ ଏବଂ ମହିଳା ହକି ଦଳ ଓଡ଼ିଶାରେ ରହିଥିବା ବେଳେ ଏହି ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ ।

ଉଭୟ ପୁରୁଷ ଓ ମହିଳା ଦଳକୁ ସମ୍ମାନିତ କରିବା ସମୟରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି । ପୂର୍ବରୁ ୨୦୨୩ ଯାଏଁ ଓଡ଼ିଶା ହକିର ପ୍ରୟୋଯକ ରହିଥିବା ବେଳେ ଆସନ୍ତା ୨୦୩୩ ଯାଏଁ ଏହାର ଅବଧି ବଢାଇବା ନେଇ ନବୀନ ଘୋଷଣା କରିଛନ୍ତି । ଏହା ସହିତ ସମସ୍ତ ଖେଳାଳିଙ୍କୁ ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ । ଦୁଇ ଦଳର ଗୋଲକିପର ପି ଆର ଶ୍ରୀଜେସ ଓ ସବିତା ପୁନିଆଙ୍କୁ ଶ୍ରେଷ୍ଠ ଗୋଲ କିପର ଘୋଷଣା କରାଯାଇଛି । ଏହା ସହିତ ମହିଳା ଦଳର ଉପ ଅଧିନାୟିକା ରହିଥିବା ଦୀପଗ୍ରେସ ଏକ୍କାଙ୍କୁ ଶ୍ରେଷ୍ଠ ଡିଫେଣ୍ଡର ଭାବରେ ଘୋଷଣା କରାଯାଇଛି ।

Get real time updates directly on you device, subscribe now.