ଭୁବନେଶ୍ୱର, ୨୦ା୬(ଓଡ଼ିଶା ଭାସ୍କର): ଗରିବ କଲ୍ୟାଣ ଯୋଜନାରେ ଓଡ଼ିଶାର ୪ଟି ଜିଲ୍ଳା ସାମିଲ ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାର ଗଞ୍ଜାମ, ଭଦ୍ରକ, ବଲାଙ୍ଗିର ଓ ବାଲେଶ୍ୱର ଜିଲ୍ଲା ଏହି ଯୋଜନାରେ ସାମିଲ ଥିବା ସୂଚନା ମିଳିଛି ।
ପୂର୍ବ ଭାରତର ସମଗ୍ର ବିକାଶକୁ ପ୍ରାଥମିକତା ଦେଇ ବିହାର, ଝାଡ଼ଖଣ୍ଡ ସମେତ ଓଡ଼ିଶାର 4ଟି ଜିଲ୍ଲା ଗଞ୍ଜାମ, ଭଦ୍ରକ, ବଲାଙ୍ଗିର ଏବଂ ବାଲେଶ୍ୱରକୁ ଗରିବ କଲ୍ୟାଣ ରୋଜଗାର ଅଭିଯାନ ସହ ଯୋଡ଼ିବା ପାଇଁ ପ୍ରଧାନମନ୍ତ୍ରୀ @narendramodi ଜୀଙ୍କୁ ପୁଣି ଥରେ ଧନ୍ୟବାଦ ଜଣାଉଛି ।
— Dharmendra Pradhan (@dpradhanbjp) June 20, 2020
ଉଲ୍ଳେଖଯୋଗ୍ୟ ଯେ ପ୍ରବାସୀ ଶ୍ରମିକଙ୍କ ପାଇଁ ଗରିବ କଲ୍ୟାଣ ଯୋଜନାର ଶୁଭାରମ୍ଭ ହୋଇଛି । ଭିଡ଼ିଓ କନଫରେନ୍ସ ଜରିଆରେ ଆଜି ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗ୍ରାମାଞ୍ଚଳରେ ଜୀବିକା ଯୋଗାଇବାରେ ଏହି ଯୋଜନା ସହାୟକ ହେବ । ଓଡ଼ିଶା ସମେତ ୬ଟି ରାଜ୍ୟର ୧୧୬ ଗ୍ରାମୀଣ ଜିଲ୍ଲାରେ ଏହି ଅଭିଯାନ ଚାଲିବ ।୧୨୫ ଦିନିଆ ଅଭିଯାନରେ ପ୍ରବାସୀ ଶ୍ରିମକଙ୍କୁ ଏହି ନିଯୁକ୍ତି ମିଳିବ । କୁଶଳୀ ଶ୍ରମିକମାନଙ୍କର ଦକ୍ଷତା ଓ ତାଲିମ ଭିତ୍ତିରେ ନିଯୁକ୍ତି ମିଳିବ ।