ଆସିଲା ଡଲଫିନ୍ ଗଣନା ରିପୋର୍ଟ, ରାଜ୍ୟରେ ଅଛନ୍ତି ମୋଟ ୭୧୦…

ରାଜ୍ୟରେ ଅଛନ୍ତି ମୋଟ ୭୧୦ ଡଲଫିନ୍ ।

ଭୁବନେଶ୍ବର: ସାମ୍ନାକୁ ଆସିଲା ଡଲଫିନ୍ ଗଣନା ରିପୋର୍ଟ । ରାଜ୍ୟରେ ମୋଟ 710 ଜଣ ଡଲଫିନ ରହିଥିବା ରିପୋର୍ଟରେ ଦର୍ଶାଯାଇଛି । ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି ।

କେଉଁଠି କେତେ- ରିପୋର୍ଟ ଅନୁସାରେ, ଚିଲିକା ଡିଭିଜନ୍‌ରେ ୧୭୪, ବ୍ରହ୍ମପୁର ଡିଭିଜନ୍‌ରେ ୧୩ ଡଲଫିନ୍, ପୁରୀ ଓ ବାଲେଶ୍ବର ଡିଭିଜନ୍‌ରେ ୭ଟି ଲେଖାଁଏ ଡଲଫିନ୍ ଏବଂ ଭଦ୍ରକ ଡିଭିଜନ୍‌ରେ ୪ଟି ଡଲଫିନ୍ ରହିଥିବା ରିପୋର୍ଟରେ ଦର୍ଶାଯାଇଛି ।

ରାଜନଗର ବନଖଣ୍ଡରେ ମୋଟ 4ଟି ପ୍ରଜାତିର 505ଟି ଡଲଫିନ୍ ଦେଖିବାକୁ ମିଳିଛି । 4ଟି ପ୍ରଜାତି ମଧ୍ୟରେ ଇରଓ୍ବାଡି, ବଟଲନୋଜ, ହମ୍ପବ୍ୟାକ ଏବଂ ସ୍ପିନର ପ୍ରଜାତି ରହିଛି ।

ତେବେ ରାଜନଗର ଲୁଣା ଜଙ୍ଗଲ ବନ୍ୟପ୍ରାଣୀ ବନଖଣ୍ଡରେ 4ଟି ଡଲଫିନ ଦେଖିବାକୁ ମିଳିଛି । ଯାହାକୁ ନେଇ ପରିବେଶ ପ୍ରେମୀ ବହୁତ ଖୁସି ନଜର ଆସିଛନ୍ତି । କହିରଖୁଛୁ କି, ଭିତରକନିକା ଏବଂ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଜାନୁଆରୀ 27ରୁ 29 ତାରିଖ ଯାଏଁ ଡଲଫିନ ଗଣନା କରାଯାଇଥିଲା ।

ଯଦି ପୂର୍ବ ରାଜନଗର ରିପୋର୍ଟ କଥା ଦେଖିବା ତେବେ 2023 ଗଣନାରେ ରାଜନଗରରେ 550 ଡଲଫିନ ଏବଂ 2024 ଗଣନାରେ 502ଡଲଫିନ୍ ଦେଖିବାକୁ ମିଳିଥିଲା ।