ଓଡ଼ିଶାର ପ୍ରସିଦ୍ଧ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତଜ୍ଞ, ସଂଗୀତ ପ୍ରବୀଣ ତଥା ଉଡ୍ର ପଦ୍ଧତ୍ତୀୟ ସଂଗୀତର ଗବେଷକ ଓ ପ୍ରଚାରକ ବର୍ଷିୟାନ ଗୁରୁ ପଣ୍ଡିତ ଦାମୋଦର ହୋତାଙ୍କ ପରଲୋକ ଘଟିଛି । ଶନିବାରରାତି ପ୍ରାୟ ୧୨ଟା ୧୫ ମିନିଟ୍ରେ ନୟାପଲ୍ଲୀ ସ୍ଥିତ ବାସଭବନରେ ଇହଲୀଳା ସମ୍ବରଣ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୭ବର୍ଷ ହୋଇଥିଲା ।
ଉଡ୍ର ପଦ୍ଧତ୍ତୀୟ ସଙ୍ଗୀତର ଗବେଷଣା ଓ ପ୍ରଚାରକ୍ଷେତ୍ରରେ ତାଙ୍କର ବିଶେଷ ଅବଦାନ ରହିଛି । ୨୦୧୩ ରେ ସେ ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ପାଇଥିଲେ । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ଟ୍ୱିଟ ତାଙ୍କର ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ଉଡ୍ର ପଦ୍ଧତ୍ତୀୟ ସଙ୍ଗୀତର ଗବେଷଣା ଓ ପ୍ରଚାର ପ୍ରସାରକ୍ଷେତ୍ରରେ ନିଜର ଅବଦାନ ପାଇଁ ପଣ୍ଡିତ ଦାମୋଦର ହୋତା ସର୍ବଦା ସ୍ମରଣୀୟ ହୋଇ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।