fbpx

ଡ଼ିଜିପିଙ୍କ ଚିଠି, ଡ୍ୟୁଟି ନଥିବା ପୋଲିସଙ୍କୁ ପୁରୀ ଯିବା ମନା

ପୁରୀ, ୨୬ା୬(ଓଡ଼ିଶା ଭାସ୍କର): ପୁରୀରେ ରଥଯାତ୍ରା ଚାଲିଛି । ମହାପ୍ରଭୁଙ୍କ ନିଳାଦ୍ରୀବିଜେ ନହେବା ଯାଏଁ ପୁରୀରେ କଟକଣା ଲାଗୁ କରାଯାଇଛି ।ଏବେ ଡ଼୍ୟୁଟି ଥିବା ପୋଲିସଙ୍କ ବ୍ୟତୀତ ଅନ୍ୟ ସମସ୍ତ ପୋଲିସଙ୍କୁ ପୁରୀ ଯିବାକୁ ମନା କରାଯାଇଛି । ପୁରୀକୁ ଅନ୍ୟ ପୋଲିସ କିମ୍ବା ତାଙ୍କ ପରିବାର ଲୋକେ ଯାଇପାରିବେନି । ୪ଜୁଲାଇ ପର୍ଯ୍ୟନ୍ତ ଡ଼୍ୟୁଟି ନଥିବା ପୋଲିସଙ୍କୁ ପୁରୀ ଯିବାକୁ ଅନୁମତି ନାହିଁ । ଏନେଇ ସବୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ଡ଼ିଜିପି ଚିଠି ମାଧ୍ୟମରେ ଜଣାଇଛନ୍ତି ।

Get real time updates directly on you device, subscribe now.