fbpx

କିଚେନ୍ ଟାଇଲ୍ସର ସୌନ୍ଦର୍ଯ୍ୟ ବିଗାଡ଼ୁଛି କି ତେଲ ଛିକଟା ଏବଂ ମସଲା ଦାଗ, ଆପଣାନ୍ତୁ ଏହି ଟିପ୍ସ ଟାଇଲ୍ସ ଦେଖାଯିବ ଚକାଚକ୍

ଓଡ଼ିଶା ଭାସ୍କର: ରୋଷେଇ କରିବା ସମୟରେ ତେଲ ଛିଟକା ଲାଗି କିଚେନ୍ ଟାଇଲ୍ସ ଖରାପ ହୋଇଥାଏ । ଅନେକ ସମୟରେ ନିୟମିତ ସଫା ନକଲେ ଟାଇଲ୍ସରେ ଲାଗିଥିବା ଦାଗ ସହଜରେ ସଫା ହୋଇନଥାଏ । ଏହା କିଚେନର ସୌନ୍ଦର୍ଯ୍ୟ ନଷ୍ଟ କରିଥାଏ । କିଚେନ୍ ଅସନା ରହିବା ଯୋଗୁ ଅସରପା ଓ ଝିଟିପିଟି କିଚେନରେ ବସା ବାନ୍ଧିଥାନ୍ତି । କିଛି ଲୋକମାନେ ନିୟମିତ ରୋଷେଇ ଘର ସଫା ନକରିବାରୁ ଟାଇଲ୍ସ ଅସନା ଦେଖାଯାଏ । ତେବେ ଏହି ସବୁ ଉପାୟ ଦ୍ୱାରା କିଚେନ୍ ଟାଇଲ୍ସ ସବୁବେଳେ ଚକାଚକ ଦେଖାଯିବ ।

୧. ବେକିଂ ସୋଡା ଏବଂ ପାଣି ପେଷ୍ଟ: ବେକିଂ ସୋଡା ଏକ ଉତ୍ତମ କ୍ଲିନଜର ଭାବେ କାମ କରିଥାଏ । ତେଣୁ ଟାଇଲ୍ସରୁ ତେଲ ଚିକଟା ଦାଗ ହଟାଇବା ପାଇଁ ୨-୩ ଚାମଚ ବେକିଂ ସୋଡା ଏବଂ ପାଣିର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ପ୍ରଭାବିତ ସ୍ଥାନରେ ୧୦-୧୫ ମିନିଟ ପର୍ଯ୍ୟନ୍ତ ଲଗାଇ ଛାଡ଼ି ଦିଅନ୍ତୁ । ଏହା ପରେ ସ୍ପଞ୍ଜ୍ କିମ୍ବା ବ୍ରଶ୍ ସାହାଯ୍ୟରେ ସଫା କରି ପାଣିରେ ଧୋଇ ଦିଅନ୍ତୁ ।

୨. ଭିନେଗାର ଏବଂ ପାଣି: ସାଧାରଣତଃ ଭିନେଗାରକୁ ପ୍ରିଜର୍ଭେଟିଭ୍ ସହ ଖାଦ୍ୟପେୟରେ ଭାବରେ ବ୍ୟବହାର କରାଯାଇଥାଏ । କିନ୍ତୁ ଭିନେଗାର ଟାଇଲ୍ସର ଦାଗ ହଟାଇବାରେ ବି ସହାୟକ ହୋଇଥାଏ । ଏଥିପାଇଁ ଏକ ସ୍ପ୍ରେ ବୋତଲରେ ଅଧ କପ୍ ଭିନେଗାର ଏବଂ ଅଧ କପ୍ ପାଣିର ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ପ୍ରଭାବିତ ସ୍ଥାନରେ ସ୍ପ୍ରେ କରି କିଛି ସମୟ ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ । ଏହା ପରେ ସ୍ପଞ୍ଜ୍ କିମ୍ବା ନରମ କପଡ଼ାରେ ପୋଛି ଦିଅନ୍ତୁ । ଶେଷରେ ପାଣିରେ ସଫା କରନ୍ତୁ ।

୩. ଲେମ୍ବୁ ଏବଂ ଲୁଣର ମିଶ୍ରଣ: ଲେମ୍ବୁରେ ଏସିଡ୍ ରହିଛି ଯାହା କଠୋର ଦାଗକୁ ମଧ୍ୟ ହଠାଇବାରେ ସହାୟକ ହୋଇଥାଏ । ଏକ ପାତ୍ରରେ ଫାଳେ ଲେମ୍ବୁର ରସ ବାହାର କରନ୍ତୁ । ପ୍ରଭାବିତ ସ୍ଥାନରେ ଲେମ୍ବୁ ରସ ଲଗାଇବା ପରେ ଲୁଣ ଛିଞ୍ଚନ୍ତୁ । ପ୍ରାୟ ୧୦ରୁ ୧୫ ମିନିଟ ପରେ ସ୍ପଞ୍ଜ୍ ସାହାଯ୍ୟରେ ଘସି ପାଣିରେ ସଫା କରନ୍ତୁ ।

୪. ଡିଟର୍ଜେଣ୍ଟ ଏବଂ ଗରମ ପାଣି: କିଚେନ୍ ଟାଇଲ୍ସରେ ଅଧିକ ଗାଢ଼ ଦାଗ ପାଇଁ ଡିଟେର୍ଜେଣ୍ଟ ଏବଂ ଗରମ ପାଣି ବେଶ ପ୍ରଭାବଶାଳୀ ହୋଇଥାଏ । ଏକ ପାତ୍ରରେ ଗରମ ପାଣି ଏବଂ ୨-୩ ଚାମଚ ସର୍ଫର ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏଥିରେ ସ୍ପଞ୍ଜ୍ କିମ୍ବା ସ୍କ୍ରବ୍ ସାହାଯ୍ୟରେ ଅସନା ଟାଇଲ୍ସ ଉପରେ ଘସି ସଫା କରନ୍ତୁ । ପରେ ପାଣିରେ ଧୋଇ ଦିଅନ୍ତୁ । ଆପଣ ଚାହିଁଲେ ପ୍ରଭାବିତ ସ୍ଥାନରେ ଏହି ମିଶ୍ରଣ ଦେଇ କିଛି ସମୟ ଛାଡ଼ି ପାରିବେ ।

 

Get real time updates directly on you device, subscribe now.