fbpx

INS ତେଜ ପହଞ୍ଚିଲା ଓମାନ, ବୁଡିଯାଇଥିବା ଜାହାଜର ୯ଜଣ କ୍ରୁ ସଦସ୍ୟଙ୍କୁ କଲା ଉଦ୍ଧାର

ନୁଆଦିଲ୍ଲୀ: ଓମାନ ପାଖରେ ସମୁଦ୍ରରେ ବୁଡିଯାଇଥିବା ତୈଳ ଟ୍ୟାଙ୍କର ଜାହାଜର ୯ ଜଣ କ୍ରୁ ମେମ୍ବର୍ସଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଜାହାଜରେ ସମୁଦାୟ ୧୬ ଜଣ ସଦସ୍ୟ ତିଲେ, ଯେଉଁଥିରେ ୭ ଜଣ ଏପର୍ଯ୍ୟନ୍ତ ବି ନିଖୋଜ ଅଛନ୍ତି । ଉଦ୍ଧାର କରାଯାଇଥିବା ୯ ଜଣଙ୍କ ମଧ୍ୟରେ ୮ଜଣ ଭାରତୀୟ ଏବଂ ଜଣେ ଶ୍ରୀଲଙ୍କାର ନାଗରିକ ଅଟନ୍ତି । ୭ ଜଣ ନିଖୋଜ ଥିବା କ୍ରୁ ସଦସ୍ୟଙ୍କ ମଧ୍ୟରୁ ୫ ଜଣ ଭାରତୀୟ ଏବଂ ୨ ଜଣ ଶ୍ରୀଲଙ୍କାର ଅଟନ୍ତି । ଯାହାକୁ ଏପର୍ଯ୍ୟନ୍ତ ଖୋଜାଚାଲିଛି ।

ଓମାନରେ ତୈଳ ଟ୍ୟାଙ୍କର ବୁଡିଯିବାର ସୁଚମା ମିଳିବା ମାତ୍ରେ ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ଆଇଏନଏସ ତେଜକୁ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ପଠାଯାଇଥିଲା । ଆଇଏନଏସ ତେଜ ସହ ସମୁଦ୍ର ଗସ୍ତ ବିମାନ P-8I ମଧ୍ୟ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲା । ଓମାନ ପକ୍ଷରୁ ମଦ୍ୟ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଚଲାଯାଇଥିଲା । ସୂଚନା ମୁତାବକ ତୈଳର ଟ୍ୟାଙ୍କର ଓମାନ ପାଖରେ ବୁଡିଯାଇଥିଲା, ସେଥିରେ କୋମୋରୋସର ପତାକା ଲାଗିଥିଲା ।

Get real time updates directly on you device, subscribe now.