fbpx

ଦିନ ୧୧ଟା ୩୦ରେ ବାହାରିବ ଓଜେଇଇ ରେଜଲ୍ଟ, ୫୭,୯୧୮ ଜଣ ଛାତ୍ରଛାତ୍ରୀ ଦେଖିପାରିବେ ଫଳ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌) : ଆଜି ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ  ।  ସକାଳ ୧୧ଟା ୩୦ରେ ରେଜଲ୍ଟ ବାହାରିବ । ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତି ରଂଜନ ଘଡାଇ ଷ୍ଟେଟ୍‌ କାଉନ୍ସିଲ ଫର୍‌ ଟେକ୍ନିକାଲ ଏଜୁକେସନ୍‌ ଆଣ୍ଡ ଗୋକେସନାଲ ଟ୍ରେନିଂ କନଫରେନ୍ସ ହଲ୍‌ ଠାରେ ଓଜେଇଇ ରେଜଲ୍ଟ ଘୋଷଣା କରିବେ । ସୂଚନାଯୋଗ୍ୟ ଯେ ଗତ ଜୁଲାଇ ୪ ରୁ ୮ ଯାଏଁ ଓଜେଇଇ ପରୀକ୍ଷା ହୋଇଥିଲା ।  ଓଜେଇଇ ଦେଇଥିବା ପରୀକ୍ଷାର୍ଥୀ ମାନେ ojee.nic.in ରେ ସେମାନଙ୍କ ରେଜଲ୍ଟ ଦେଖିପାରିବେ । ଏଥର ୫୭,୯୧୮ ଜଣ ଛାତ୍ରଛାତ୍ରୀ ଓଜେଇଇ ଦେଇଥିଲେ ।

Get real time updates directly on you device, subscribe now.