ଓଃ କି ଦାରୁଣ ଦୁଃଖ… (Video) ଅସହ୍ୟ ଖରାରେ ରାସ୍ତାରେ ଗଡ଼ି ଗଡ଼ି କଲେକ୍ଟରଙ୍କ ପାଖରେ ଗୁହାରି କରିବାକୁ ପହଞ୍ଚିଲେ ଦମ୍ପତି
ସୋସିଆଲ ମିଡିଆରେ ଭିଡିଓ ହେଉଛି ଭାଇରାଲ । ବୃଦ୍ଧ ଦମ୍ପତିଙ୍କ ଦୁଃଖ ଶୁଣିବାକୁ ନାରାଜ ପ୍ରଶାସନ ।
ଭୋପାଳ: ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓ ଅନୁସାରେ ବୃଦ୍ଧା ଦମ୍ପତି ଟାଣ ଖରାରେ ରାସ୍ତାରେ ଗଡ଼ି ଗଡ଼ି ଯାଉଥିବାର ଦେଖିବାକୁ ମିଳିଛି ।
ଦମ୍ପତି ଭୂଇଁରେ ଗଡ଼ି ଗଡ଼ି ଯାଉଥିବାବେଳେ ସୁରକ୍ଷାକର୍ମୀ ସେମାନଙ୍କୁ ଅଟକାଉଛନ୍ତି । ମଧ୍ୟ ପ୍ରଦେଶ ଇନ୍ଦୋରରେ ଘଟିଛି ଏହି ଘଟଣା । ବୃଦ୍ଧ ରାମଚରଣ ତାଙ୍କ ଫ୍ଲାଟରେ ହୋଇଥିବା ଜବରଦଖଲକୁ ନେଇ ଥାନାରେ ଏକାଧିକ ଥର ଅଭିଯୋଗ କରିଛନ୍ତି । ହେଲେ କୌଣସି ପ୍ରକାର ସମାଧାନ ବାହାରି ପାରି ନାହିଁ ।
ଯେଉଁ କାରଣରୁ ଦମ୍ପତି ଏବେ କଲେକ୍ଟରଙ୍କ ପାଖରେ ପହଞ୍ଚିଛନ୍ତି । ତା’ ପୁଣି ଭିନ୍ନ ଏକ ଢଙ୍ଗରେ । ଖରାରେ ଭୂଇଁରେ ଗଡ଼ି ଗଡ଼ି କଲେକ୍ଟରଙ୍କୁ ଦେଖା କରିବାକୁ ଯାଇଛନ୍ତି ଦମ୍ପତି ।
ପୂର୍ବରୁ ପୋଲିସ ନିକଟରେ ଏ ନେଇ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ । ରାମ ଚରଣ କହିଛନ୍ତି, କଲେକ୍ଟର ଯଦି ସମସ୍ୟାର ସମାଧାନ ନ କରନ୍ତି ତେବେ ଏପରି ଭାବେ ଗଡ଼ି ଗଡ଼ି ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚିବେ ।
ଭିଡିଓଟିକୁ ସୋସିଆଲ ମିଡିଆରେ ବହୁମାତ୍ରାରେ ଲୋକ ଶେୟାର କରିଛନ୍ତି । ଏଥିସହ କମେଣ୍ଟ ଜରିଆରେ ୟୁଜର୍ସ ପ୍ରଶାସନର ବେଖିଆଲି ମନୋଭାବ ଓ କାର୍ଯ୍ୟକୁ ସମାଲୋଚନା କରି କାମେଣ୍ଟ କରିଛନ୍ତି ।
Indore: Husband and wife reached the collector’s office rolling on the ground in the scorching sun pic.twitter.com/IkmyM7QsM9
— Telangana News Point (@mediainfodesk) April 11, 2025