ବାଲେଶ୍ୱର: ବୈତରଣୀ ନଦୀ ବନ୍ୟା ଜଳରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ । ମୃତକ ଜଣକ କଟକଟା ଗାଁର ଭାଗବତ ମାଝୀ ବୋଲି ଜଣାପଡ଼ିଛି ।
ଅଚେତ ଅବସ୍ଥାରେ ଭାଗବତଙ୍କ ଚିକିତ୍ସା ପାଇଁ ଯାଜପୁର ମେଡିକାଲ ନିଆଯାଇଥିବାବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।
ସେପଟେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର। ନଦୀର ଉପରମୁଣ୍ତ ଗାଲୁଡିହି ବ୍ଯାରେଜରୁ ୫ ହଜାର କ୍ଯୁସେକ ପାଣି ଛଡା ଯିବା ଯୋଗୁଁ ଚଳିତ ବର୍ଷ ସୁବର୍ଣ୍ଣରେଖା ନଦୀରେ ଷଷ୍ଠ ଥର ପାଇଁ ବନ୍ଯା ଆସିଛି ।
ରାଜଘାଟ ଠାରେ ବିପଦ ସଙ୍କେତ ୧୦.୩୬ ଥିବା ବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୧୦.୯୬ ମିଟରରେ ପ୍ରବାହିତ ହେଉଛି । ଷଷ୍ଠ ଥର ବନ୍ଯା ଆସିବା ଯୋଗୁଁ ବାଲିଆପାଳ ବ୍ଲକର ୮ଟି ପଞ୍ଚାୟତର ୪୦ରୁ ଉର୍ଦ୍ଧ୍ବ ଗାଁ ଜଳେଶ୍ବର ବ୍ଲକର ୬ଟି ପଞ୍ଚାୟତର ୩୦ ଗାଁଆ ଏବଂ ଭୋଗରାଇ ବ୍ଲକର ୯ଟି ପଞ୍ଚାୟତ ର ୫୦ରୁ ଉର୍ଧ୍ବ ଗାଁଆ ପାଣି ଘେରରେ ରହିଛି ।
ଅନେକ ସ୍ଥାନରେ ରାସ୍ତା ଉପରେ ୩ ଫୁଟ ଉଚ୍ଚର ପାଣି ପ୍ରବାହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ହଜାର ହଜାର ହେକ୍ଟର ଚାଷଜମିରେ ବନ୍ଯା ପାଣି ପ୍ରବେଶ କରିବା ଯୋଗୁଁ ଧାନ ତଳି ପଚି ନଷ୍ଟ ହେବାର ଆଶଙ୍କା କରା ଯାଉଛି । ବାଲେଶ୍ବର ଜିଲ୍ଲାପାଳ ସୂର୍ଯ୍ଯବଂଶୀ ମୟୁର ବିକାଶ ବିଭିନ୍ନ ବନ୍ଯା ପ୍ରଭାବିତ ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ଯାନ କରିଛନ୍ତି ।