fbpx

ବୃଦ୍ଧଙ୍କ ଆକସ୍ମିକ ମୃତ୍ୟୁ, ଅଂଶୁଘାତଜନିତ ନୁହେଁ ତ?

ଲାଞ୍ଜିଗଡ଼,୧୯ା୦୫(ଆପ୍ର)-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ କାନକୁଟ୍ରୁ ଗ୍ରାମପଞ୍ଚାୟତ ପାଇକବୋରି ଗାଁର ଜଣେ ବୃଦ୍ଧ ମନୋହର ମାର୍ଥା(୬୧)ଙ୍କ ଆକସ୍ମିକ ମୃତ୍ୟୁ ଘଟିଛି । ମୃତ ମନୋହରଙ୍କ ଘର ଗତକାଲି ଛାତ ପଡୁଥିବାବେଳେ ସେ ଦିନର ଟାଣଖରାରେ ବହୁ ସମୟ ଯାଏଁ ଥିଲେ । ତେବେ ଅପରାହ୍ନରେ ସେ ଛାତ ଉପରେ ହିଁ ଟଳି ପଡିଥିବାବେଳେ ପରିବାର ଲୋକେ ତାଙ୍କୁ ଲାଞ୍ଜିଗଡସ୍ଥିତ ବେଦାନ୍ତ ମେଡିକାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବାବେଳେ ବେଦାନ୍ତ ହସ୍ପିଟାଲର ସହାୟତାରେ ମୃତଦେହ ଘରକୁ ନିଆଯାଇ ଦାହ ସଂସ୍କାର କରାଯାଇଥିବା ଜଣାପଡିଛି । ତେବେ ଦୀର୍ଘ ସମୟ ଯାଏଁ ଖରାରେ ରହିବାରୁ ଅଂଶୁଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି ।

Get real time updates directly on you device, subscribe now.