ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବିଶ୍ବନାଥପୁର ଥାନା ଅନ୍ତର୍ଗତ କାଣ୍ଡାମା ଗାଁର ଜଣେ ବୃଦ୍ଧ, ଯିଏ ଗତ ଜୁଲାଇ ୩୦ ତାରିଖରୁ ନିଖୋଜ ଥିଲେ, ତାଙ୍କର ମୃତଦେହ ରାୟଗଡ଼ା ଜିଲ୍ଲାର ଦହିଖାଲ ରେଳଧାରଣା ନିକଟରୁ ଉଦ୍ଧାର ହୋଇଛି।
ବୃଦ୍ଧଙ୍କ ନିଖୋଜ ହେବା ସମ୍ପର୍କରେ ତାଙ୍କ ପରିବାର ଲୋକେ ବିଶ୍ବନାଥପୁର ଥାନାରେ ଏକ ଅଭିଯୋଗ ଦାୟର କରିଥିଲେ। ଏହା ପରେ ପୁଲିସ ଖୋଜାଖୋଜି ଆରମ୍ଭ କରିଥିଲା।
ଏହା ଭିତରେ ରାୟଗଡ଼ା ଜିଲ୍ଲାର ଦହିଖାଲ ଅଞ୍ଚଳରେ ରେଳଧାରଣା ନିକଟରୁ ବୃଦ୍ଧଙ୍କ ମୃତଦେହ ମିଳିଛି। ଗୁଣି ସନ୍ଦେହରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିବାବେଳେ ପୋଲିସ 2 ଜଣଙ୍କୁ ଗିରଫ କରିଛି। ଏହାଛଡା ମୃତଦେହକୁ ପୋଷ୍ଟମର୍ଟମ ପାଇଁ ମଧ୍ୟ ପଠାଯାଇଛି।