fbpx

ପୁରୁଣା ଟ୍ୱିଟ .. ହିଟ୍ ଡାଏଲଗ୍ ; ଭାଇରାଲ ହେଉଛି ୮ ବର୍ଷ ତଳର ସେହି ପୁରୁଣା ଟ୍ୱିଟ୍, ଯାହା ସଲମନଙ୍କ ନୂଆ ଫିଲ୍ମରେ ପ୍ରଂଶସା ସାଉଁଟୁଛି

ନୂଆଦିଲ୍ଲୀ : ଏହି ଦେଶ ଜନତାଙ୍କ ଦମ୍ ଅଛି , ବନ୍ଦେ..ମାତରମ । ସଲମାନ ଖାନଙ୍କ ଚଳଚ୍ଚିତ୍ର କିସି କା ଭାଇ କିସି କି ଜାନରେ ଆପଣ ଏହି ସଂଳାପକୁ ଅନେକ ଥର ଶୁଣିଥିବେ ନିଶ୍ଚିତ । ଏହାକୁ ଦର୍ଶକମାନେ ବହୁତ ପସନ୍ଦ କରୁଛନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ସଲମାନ ଖାନ ଏହି ସଂଳାପ କେଉଁଠୁ ଆସିଛି ଏବଂ କିଏ ଲେଖିଛନ୍ତି?

ବାସ୍ତବରେ, ସଲମାନ ଖାନଙ୍କ ଏକ ପୁରୁଣା ଟୁଇଟ୍ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଲୋକମାନେ କହୁଛନ୍ତି ଯେ ସେ ଏତେ ବଡ ମେଗାଷ୍ଟାରଙ୍କ ଟ୍ୱୁଟ୍ ଆଜି ହିଟ୍ ଡାଏଲଗ୍ ହୋଇଛି ।

ଏହା ପ୍ରାୟ ୮ ବର୍ଷ ପୁରୁଣା ଟୁଇଟ୍ । ସେଥିରେ ସଲମାନ ଖାନ ଲେଖିଥିଲେ ଯେ ହିନ୍ଦୁସ୍ତାନ କେ ପିପୁଲ୍ସ ମେନ୍ ହେ ବାଡା ଡମ୍, ବନ୍ଦେ ମାତରମ। ୨୦୨୩ ଚଳଚ୍ଚିତ୍ର କିସି କା ଭାଇ କିସି କି ଜାନ ଫିଲ୍ମରେ ଏହାକୁ ଡାଇଲଗ୍ ଭାବରେ ନିଆଯାଇଛି । ଯାହାକୁ ଲୋକମାନେ ବହୁତ ପସନ୍ଦ କରିବା ସହ ଜବରଦସ୍ତ ହିଟ୍ ହୋଇଛି ।

 

ଯଦି ଆମେ ଫିଲ୍ମ ବିଷୟରେ କଥା ହେବା, ତେବେ ଏହା କ୍ରମାଗତ ଭାବରେ ଭଲ ବ୍ୟବସାୟ କରୁଛି ଏବଂ ଏହି ସମୟରେ ଫିଲ୍ମ ସାରା ବିଶ୍ୱରେ ପ୍ରାୟ ୧୨୦ କୋଟି ରୋଜଗାର କରିଛି ।

Get real time updates directly on you device, subscribe now.