ବଢ଼ିଲା ଓମଫେଡ୍ କ୍ଷୀର ଦାମ୍, ୫୨ ଟଙ୍କାରୁ ୫୪ ଟଙ୍କାରେ ପହଞ୍ଚିଲା କ୍ଷୀର ଲିଟର

ଓମଫେଡ୍ କ୍ଷୀର ଲିଟର ପ୍ରତି ଦାମ୍ ବୃଦ୍ଧି। ବଜାରକୁ ଆସିଲା ଓମଫେଡର ନୂଆ ଦର।

ଭୁବନେଶ୍ୱର: ଲାଗୁ ହେଲା ନୂଆ ଦର। ବଢ଼ିଲା ଓମଫେଡ୍ କ୍ଷୀରର ଦାମ୍। ଓମଫେଡ୍ କ୍ଷୀର ଲିଟର ପ୍ରତି ଦାମ୍ ବୃଦ୍ଧି। ବଜାରକୁ ଆସିଲା ଓମଫେଡର ନୂଆ ଦର।  ପ୍ରିମିୟର ଓ ଟୋନ୍ଡ କ୍ଷୀର ଲିଟର ପିଛା ୨ ଟଙ୍କା ବୃଦ୍ଧି।  ଗୋଲ୍ଡ କ୍ଷୀର ଲିଟର ପ୍ରତି ୪ ଟଙ୍କା ବୃଦ୍ଧି।  ଏନେଇ ଓମଫେଡ୍ ପକ୍ଷରୁ ଦିଆଗଲା ସୂଚନା।

ପୂର୍ବରୁ ଜୁନ ୧ ତାରିଖରେ କ୍ଷୀରର ରେଟ୍ ବୃୃଦ୍ଧି କରିବା ନେଇ ଘୋଷଣା କରିଥିଲେ ରାଜ୍ୟ ସରକାର। ଯାହା ଆଜି ଲାଗୁ ହୋଇଛି। ସରକାର ଘୋଷଣା କରିଥିଲେ କି ଓମଫେଡ୍ କ୍ଷୀର ଲିଟର ପିଛା ୨ ଟଙ୍କା ବୃଦ୍ଧି ହେବ।

ଫଳରେ ଲିଟର ପିଛା କ୍ଷୀର ଦାମ୍ ୫୨ ଟଙ୍କାରୁ ବଢି ୫୪ ଟଙ୍କା ହେବ। ସେହିପରି ଦୁଗ୍ଧ ଚାଷୀଙ୍କୁ ଅଧିକ ୩ ଟଙ୍କା ଦେବେ ରାଜ୍ୟ ସରକାର। ଖାଉଟି ମାନଙ୍କ ପାଇଁ କ୍ଷୀର ଲିଟର ପିଛା ୪ ଟଙ୍କା ବୃଦ୍ଧି ହୋଇଥିବାବେଳେ ୨ ଟଙ୍କା ବହନ କରିବେ ରାଜ୍ୟ ସରକାର। ଯାହା ଆଜିଠାରୁ ରାଜ୍ୟରେ ଲାଗୁ ହୋଇଛି।