fbpx

ଫ୍ଲାଇଟ୍ ବନ୍ଦ କରିଥିଲେ ଭାରତରେ ଏଣ୍ଟ୍ରି କରିିନଥାନ୍ତା ଓମିକ୍ରନ: କେଜରିୱାଲ

ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । କର୍ଣ୍ଣାଟକରେ ୨ଟି ମାମଲା ଚିହ୍ନଟ ପରେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କର ନମୂନା ଟେଷ୍ଟ ପାଇଁ ପଠାଯାଇଛି । ଦକ୍ଷିଣ ଆଫ୍ରିଆରୁ ଆସିଥିବା କିଛି ଲୋକଙ୍କର ନିଖୋଜ ଖବର ବି ଚିନ୍ତାକୁ ଦ୍ୱିଗୁଣିତ ବଢ଼ାଇଦେଇଛି । ରାଜଧାନୀ ଦିଲ୍ଲୀରେ ମଧ୍ୟ କିଛି ସନ୍ଦିଗ୍ଧଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇ ଟେଷ୍ଟ ଚାଲିଛି । ଏହାରି ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କରୋନାର ନୂଆ ଭାରିଆଣ୍ଟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି । ଉଡ଼ାଣ ବାତିଲ କରିଥିଲେ ଏପରି ହୋଇନଥାନ୍ତା ବୋଲି ସେ ମନ୍ତବ୍ୟ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି ଯେ, ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ୨ ଦିନ ପୂର୍ବରୁ ବୈଠକ କରିଥିଲୁ । ଆମେ ନୂଆ ଭାରିଆଣ୍ଟକୁ ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ । ଅନେକ ଦେଶ ଓମିକ୍ରନକୁ ନେଇ ଉଡ଼ାଣ ସେବା ବାତିଲ କରିଛନ୍ତି । ଏପରି କି ଜାପାନ ଓ ନେପାଳ ବି ଉଡ଼ାଣ ବନ୍ଦ କରିଛନ୍ତି । କର୍ଣ୍ଣାଟକରେ ଯେଉଁ ୨ଟି ଭାରିଆଣ୍ଟ କେସ୍ ସାମ୍ନାକୁ ଆସିଛି, ସେମାନେ ଦକ୍ଷିଣ ଆଫ୍ରିକାରୁ ଆସିଥିଲେ । ଏପରି ପରିସ୍ଥିତିରେ ଯଦି ସରକାର ଉଡ଼ାଣ ବାତିଲ କରିଥାନ୍ତେ, ତେବେ ଓମିକ୍ରନ ଭାରତରେ ଏଣ୍ଟ୍ରି କରି ପାରିନଥାନ୍ତା ବୋଲି କେଜରିୱାଲ କହିଛନ୍ତି ।

Get real time updates directly on you device, subscribe now.