fbpx

ଓମିକ୍ରନକୁ ହାଲୁକା ଭାବିବା ଠିକ୍ ନୁହେଁ, ଶେଷ ହୋଇନାହିଁ କରୋନା, ‘ହୁ’ର ବଡ଼ ବୟାନ

ନୂଆଦିଲ୍ଲୀ: ବିଶ୍ୱରେ କରୋନା ପୁଣି ଥରେ ବଢ଼ିବାରେ ଲାଗିଛି । ଅନେକ ଦେଶରେ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କରୋନା ଭାଇରସ ବୈଷୟିକ ପ୍ରମୁଖ ମାରିଆ ଭେନ କାରଖେବ ସଂକ୍ରମଣ ସହ ଜଡ଼ିତ ୩ ବିଭ୍ରାନ୍ତିକର ସୂଚନା ଉପରେ ଆଲୋକପାତ କରିଛନ୍ତି ।

ଏକ ସାକ୍ଷାତକାରରେ ମାରିଆ ଭେନ କାରଖେବ କହିଛନ୍ତି ଯେ ଆମ ପାଖରେ କୋଭିଡ-୧୯ ସହ ଜଡ଼ିତ ଅନେକ ଭ୍ରମିତ କରିବା ଭଳି ତଥ୍ୟ ରହିଛି । ସେ ତିନିଟି ବିଭ୍ରାନ୍ତିକର ସୂଚନା ବିଷୟରେ କହିଛନ୍ତି । ସେ କହିଛନ୍ତି ଭୁଲ ତଥ୍ୟ ମଧ୍ୟରୁ ଗୋଟିଏ ହେଉଛି ଯେ ଏମିତି ଭାବିବା ଯେ ମହାମାରୀ ଶେଷ ହୋଇଯାଇଛି । ଦ୍ୱିତୀୟରେ ଓମିକ୍ରନ ମାରାତ୍ମକ ନୁହେଁ ଏବଂ ତୃତୀୟ ଭୁଲ୍ ତଥ୍ୟ ହେଉଛି ଯେ ଏହା ଶେଷ ଭାରିଆଣ୍ଟ ହେବ ।

କେରକୋଭ କହିଛନ୍ତି ଯେ ବିଏ.୨ ଏପର୍ଯ୍ୟନ୍ତ ଦେଖାଯାଇଥିବା ଭାରିଆଣ୍ଟ ମଧ୍ୟରୁ ସବୁଠାରୁ ଦ୍ରୁତ ଭାବରେ ବ୍ୟାପୁଥିବା ଭାରିଆଣ୍ଟ । ସେ କହିଛନ୍ତି ଜନସଂଖ୍ୟା ହିସାବରେ ବିଏ.୧ ତୁଳନାରେ ବିଏ.୨ ର ଗମ୍ଭୀରତାରେ କୌଣସି ପରିବର୍ତ୍ତନ ଦେଖାଯାଇନାହିଁ । କିନ୍ତୁ ଯଦି ପୁଣି ସଂକ୍ରମଣ ହୁଏ ତେବେ ମୃତ୍ୟୁ ସଂଖ୍ୟା ବଢ଼ିପାରେ ।

Get real time updates directly on you device, subscribe now.