fbpx

ଓମିକ୍ରନ ପୀଡ଼ିତ ବ୍ୟକ୍ତିଠାରୁ ୨୪ ଘଣ୍ଟା ମଧ୍ୟରେ ବ୍ୟାପିଥାଏ କରୋନା, ଜାଣନ୍ତୁ ଏହାର ବଡ଼ କାରଣ

ନୂଆଦିଲ୍ଲୀ:ଓମିକ୍ରନ ଭାରିଆଣ୍ଟ ଯୋଗୁଁ କରୋନା ମାମଲା ତୀବ୍ର ଭାବେ ବଢ଼ିବାରେ ଲାଗିଛି । ଏହି ଭାରିଆଣ୍ଟ ୧୦୦ରୁ ଅଧିକ ଦେଶରେ ବ୍ୟାପିଛି ଓ କୋଟି କୋଟି ଲୋକଙ୍କୁ ନିଜର ଶିକାର କରୁଛି । ଅନେକ ବୈଜ୍ଞାନିକଙ୍କ ରିସର୍ଚ୍ଚ ଓ ଅଧ୍ୟୟନରୁ ଖୁଲାସା ହୋଇଛି କି, କରୋନା ମହାମାରୀର ଅନ୍ୟ ଭାରିଆଣ୍ଟ ତୁଳନାରେ ଓମିକ୍ରନ ଭାରିଆଣ୍ଟ ତୀବ୍ର ଭାବେ ବ୍ୟାପୁଛି ।

ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଓମିକ୍ରନ୍ ସଂକ୍ରମିତ ବ୍ୟକ୍ତିଠାରୁ ୨୪ ଘଣ୍ଟା ମଧ୍ୟରେ କରୋନା ବ୍ୟାପିବା ଆରମ୍ଭ ହୋଇଥାଏ । ଏହା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସୁଥିବା ଲୋକଙ୍କୁ ଆକ୍ରାନ୍ତ କରିଥାଏ । ଡେଲ୍ଟା ସମେତ ଅନ୍ୟ ଭାରିଆଣ୍ଟ ବ୍ୟାପିବାରେ ୨ରୁ ୪ ଦିନ ସମୟ ନେଉଥିବା ବେଳେ ଓମିକ୍ରନ ୨୪ ଘଣ୍ଟା ମଧ୍ୟରେ ବ୍ୟାପୁଛି । ଆମେରିକାର ଏକ ଏଜେନ୍ସି ଅନୁସାରେ, ସଂକ୍ରମିତ ବ୍ୟକ୍ତିଠାରେ ଲକ୍ଷଣ ଦେଖାଯିବା ପୂର୍ବରୁ ଓ ସୁସ୍ଥ ହେବାର କିଛି ଦିନ ପରେ କରୋନା ସଂକ୍ରମଣ ତୀବ୍ର ଭାବେ ବିସ୍ତାର କରିଥାଏ । କିନ୍ତୁ ଓମିକ୍ରନ ମାମଲାରେ ବ୍ୟକ୍ତିଠାରୁ ଗୋଟିଏ ଦିନରେ କରୋନା ବ୍ୟାପିବା ଆରମ୍ଭ ହୋଇଥାଏ ।

ତେବେ ଓମିକ୍ରନ ଭାରିଆଣ୍ଟର ତୀବ୍ର ସଂକ୍ରମଣର କାରଣ ହେଉଛି ଏହାର ଇନକ୍ୟୁବେସନ ପିରିୟଡ । ଜଣେ କରୋନା ସଂକ୍ରମିତ ବ୍ୟକ୍ତିର ସଂସ୍ପର୍ଶରେ ଆସିବା ଓ ଲକ୍ଷଣଗୁଡ଼ିକ ବିକାଶ ହେବା ମଧ୍ୟରେ ଥିବା ସମୟକୁ ଇନକ୍ୟୁବେସନ ପିରିୟଡ଼ ବୋଲି କୁହାଯାଏ । ଏହି ଅବଧି ଡେଲ୍ଟା ଭାରିଆଣ୍ଟ ସମୟରେ ୪ ଦିନ ଓ ଆଲଫାରେ ୫ ତଦିନ ରହିଥିଲା । କିନ୍ତୁ ଓମିଅନ ଭାରିଆଣ୍ଟରେ ଏହି ଅବଧି କେବଳ ୩ ଦିନ, ଯେଉଁଥିପାଇଁ ଏହା ଲୋକମାନଙ୍କୁ ତୀବ୍ର ଭାବେ ସଂକ୍ରମିତ କରୁଛି ।

Get real time updates directly on you device, subscribe now.