fbpx

ପ୍ରେମିକ ସହ ମିଶି ସ୍ୱାମୀର ହତ୍ୟା କଲା ନିର୍ଦ୍ଦୟ ମା’; ୧୦ ବର୍ଷର ପୁଅ ଖୋଲିଲା ରହସ୍ୟ

ବେଙ୍ଗାଲୁରୁ: ବେଙ୍ଗାଲୁରୁ ରେ ଜଣେ ସ୍ତ୍ରୀ ତା ପ୍ରେମିକ ସହ ମଶି ସ୍ୱାମୀକୁ ହତ୍ୟା କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ୪୦ ବର୍ଷୀୟ ରାଘବେନ୍ଦ୍ର ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ଯାହାକୁ ପ୍ରଥମେ ପ୍ରାକୃତିକ ମୁତ୍ୟୁ ବୋଲି କୁହାଯାଉଥିଲା । କିନ୍ତୁ ମୃତ୍ୟୁ ପରେ ହୋଇଥିବା ପ୍ରାର୍ଥନା ସଭାରେ ରାଜଭେନ୍ଦ୍ରଙ୍କ ୧୦ ବର୍ଷର ପୁଅ ଯେଉଁ ରହସ୍ୟ ଖୋଲିଥିଲେ ତାହା ଦ୍ୱାରା ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ପୋଲିସ ଅନୁଯାୟୀ ୨୭ ଡିସେମ୍ବର ୨୦୨୧ ରେ ବେଙ୍ଗାଲୁରୁର କାରେନହଲ୍ଲୀ, ଡୋଡାବଲ୍ଲାପୁରାରେ ରାଘବେନ୍ଦ୍ରଙ୍କ ମୃତ ମିଳିଥିଲେ । ତାଙ୍କର ୩୦ ବର୍ଷୀୟ ପତ୍ନୀ ଶୈଲଜା ନିଜ ଭାଇଙ୍କୁ ଫୋନ କରି କହିଥିଲେ ଯେ ରାଘବେନ୍ଦ୍ରଙ୍କୁ ବାତ ମାରିଥିଲା ଏବଂ ସେ ତଳେ ପଡ଼ିଯାଇଥିଲେ ଏବଂ ତାଙ୍କୁ ସେ ହସ୍ପିଟାଲ ନେଇଯାଇଥିଲେ ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ ଘଟଣାର ଦୁଇ ସପ୍ତାହ ପରେ ମୃତକଙ୍କ ପାଇଁ ଏକ ପ୍ରାର୍ଥନା ସଭା ରଖାଯାଇଥିଲା ଏହି ସଭାରେ ରାଘବେନ୍ଦ୍ରଙ୍କ ପୁଅ ତାଙ୍କ ଜେଜେବାପାଙ୍କୁ କହିଥିଲେ ଯେ ରାଘବେନ୍ଦ୍ରଙ୍କ ମୃତ୍ୟୁ ଦିନ ଅନ୍ୟ ଜଣେ ବ୍ୟକ୍ତିଙ୍କ ଘରକୁ ଆସିଥିଲେ । ଏହାପରେ ଜେଜେବାପା ନଞ୍ଜୁଦପ୍ପା ପୋଲିସକୁ କହିଥିଲେ ଏବଂ ପୋଲିସ ରାଘେବେନ୍ଦ୍ରଙ୍କ ପୁଅକୁ ପୁଣିଥରେ ପଚରାଉଚରା କରିଥିଲେ । ଯେଉଁଥିରେ ସେ କହିଥିଲା ଯେ ତାଙ୍କ ବାପାଙ୍କ ମୃତ୍ୟୁ ଦିନ ଅନ୍ୟ ଜଣେ ବ୍ୟକ୍ତି ତାଙ୍କ ଘରକୁ ଆସିଥିଲେ । ଯେତେବେଳେ ସେ ଅଧାରତିରେ ଶବ୍ଦ ଶୁଣି ଉଠିଥିଲେ ସେ ଦେଖିଥିଲା ତା ମା’ ଏବଂ ଜେଜେମା ବାପାଙ୍କୁ ମାଡ଼ି ଧରିଥିଲେ ଏବଂ ବ୍ୟକ୍ତି ଜଣକ ରାଘବେନ୍ଦ୍ରଙ୍କ ମୁଣ୍ଡକୁ ପ୍ରହାର କରୁଥିଲେ । ଯେତେବେଳେ ମୁଁ ତାଙ୍କୁ ଏହି କଥା ପଚାରିଥିଲି ସେମାନେ ଚୁପ୍ ରହିବାକୁ କହିଥିଲେ ନହେଲେ ତାଙ୍କୁ ମଧ୍ୟ ମାରିଦେବେ ବୋଲି ଧମକ ଦେଇଥିଲେ ।

ଏହାପରେ ପୋଲିସ ଘର ପାଖରେ ଥିବା ଦୋକାନର ସିସିଟିଭ ଫୁଟେଜରେ ସେହି ବ୍ୟକ୍ତି ହନୁମନ୍ଥା, ବାଳକର ମା’ ଏବଂ ଜେଜେମାଙ୍କୁ ଗିରଫ କରିଥିଲା । ସୂଚନା ଅନୁଯାୟୀ, ହନୁମନ୍ଥା ଶୈଳାଜାଙ୍କ ସହକର୍ମୀ ଥିଲେ ଉଭୟ ଏକ ପୋଷାକ ଦୋକାନରେ କାମ କରୁଥିଲେ । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା, ଏକଥା ଜାଣିବା ପରେ ରଘୁବେନ୍ଦ୍ର ଶୈଳଜାଙ୍କୁ ଅନେକ ଏନେଇ ପଚରାଉଚରା କରୁଥିଲେ ଫଳରେ ସେ ରଘୁବେନ୍ଦ୍ରଙ୍କୁ ମାରିବା ପାଇଁ ଯୋଜନା କରିଥିଲେ ।

Get real time updates directly on you device, subscribe now.