fbpx

Video sex ଚାଟ କରୁଥିଲେ ସାବଧାନ: ଖାଲି ହେଇଯିବ ଆପଣଙ୍କ ଆକାଉଣ୍ଟ

ନୂଆଦିଲ୍ଲୀ: ସାଇବର ଠକେଇ ପାଇଁ ନୂତନ ଉପାୟ ମାନ ଖୋଜିବାରେ ଲାଗିଛନ୍ତି ସାଇବର ଠକ । ଭିଡିଓ ସେକ୍ସ ଚାଟ କରୁଥିଲେ ମାତ୍ର ମିନିଟକରେ ଆପଣଙ୍କ ଆକାଉଣ୍ଟ ଖାଲି ହେଇଯିବ । ଏପରି ଠକେଇ ରୋକିବା ପାଇଁ ସରକାରଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇନାହିଁ । ଏହା ସହିତ ସାଇବର ଠକ ମାନେ ଠକେଇର ଏକ ନୂତନ ଉପାୟ ବାହାର କରିଛନ୍ତି । ତେବେ ଲୋକଙ୍କ ନିକଟରୁ ପଇସା ଆଦାୟ କରିବାର ସେକ୍ସୋଟର୍ସନ ନାମକ ଏକ ନୂତନ ଉପାୟ ବାହାର କରିଛନ୍ତି ସାଇବର ଠକ । ସେକ୍ସୁଆଲ ବ୍ଲାକମେଲିଂ ଜରିଆରେ ଅର୍ଥ ଆଦାୟର ନୂତନ ଉପାୟକୁ ସେକ୍ସୋଟର୍ସନ ବୋଲି କୁହାଯାଉଛି । ପୂର୍ବରୁ ଆମେରିକା ଏବଂ ୟୁରୋପରେ ଏହି ସେକ୍ସୋଟର୍ସନ ରହିଥିବା ବେଳେ ଧୀରେ ଧୀରେ ଏହା ଭାରତରେ ନିଜର କାୟା ବିସ୍ତାର କରିବାରେ ଲାଗିଛି ।

ବିଭିନ୍ନ ସୋସିଆଲ ମିଡିଆ ସାଇଟରେ ଝିଅମାନେ ଆପଣଙ୍କୁ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାନ୍ତି । ଏପରି ଫ୍ରେଣ୍ଡ ରିକ୍ୱେଷ୍ଟ ଅତ୍ୟନ୍ତ ସାଧାରଣ ହୋଇଥିବା ବେଳେ ଦୈନିକ ଏମିତି ଡଜନେ ଠକେଇ ମାମଲା ସାମ୍ନାକୁ ଆସୁଛି । ଅନଲାଇନ ସେକ୍ସ ଠକେଇ ମାମଲାରେ ଲକ୍ଷାଧିକ ଟଙ୍କା ଲୁଟ ହେଉଥିବା ବେଳେ ଏସବୁ ମାମଲା ସାମ୍ନାକୁ ଆସିବାରେ ଲାଗିଛି । ପୋଲିସ ପକ୍ଷରୁ କିଛି ଅଭିଯୁକ୍ତଙ୍କୁ ଗିରଫ କରାଯାଉଥିବା ବେଳେ ସାଧାରଣ ଲୋକଙ୍କୁ ସଚେତନ କରିବାକୁ ମଧ୍ୟ ପ୍ରୟାସ କରାଯାଉଛି । ଚାଟିଙ୍ଗ ଏବଂ ଅନଲାଇନ ସେକ୍ସ ପାଇଁ ପ୍ରଥମେ ଟଙ୍କା ଦାବି କରୁଥିବା ବେଳେ ପରବର୍ତ୍ତୀ ସମୟରେ ବ୍ଲାକମେଲିଂ ଆରମ୍ଭ ହୁଏ । ଫେସବୁକରେ ଚାଟିଂ ସମୟରେ ଆପଣ ଯଦି ନମ୍ବର ମାଗନ୍ତି ଏବଂ କିଛି ଦିନ ପରେ ଅନଲାଇନ ଭିଡିଓ ଚାଟ କରନ୍ତି । ଭିଡିଓ ଚାଟକୁ ସ୍କ୍ରିନ ରେକର୍ଡର ଜରିଆରେ ରେକର୍ଡ କରି ଆପଣଙ୍କୁ ବ୍ଲାକମେଲ କରନ୍ତି ଏହି ଦୁର୍ବୃର୍ତ୍ତ । ଟଙ୍କା ନ ପଠାଇଲେ ଆପଣଙ୍କ ସାଙ୍ଗସାଥୀଙ୍କୁ ଏହି ଭିଡିଓ ପଠାଇ ଦେଇଥାନ୍ତି ଦୁର୍ବୃର୍ତ୍ତ ।

କିଭଳି ବର୍ତ୍ତିବେ: ଅଜଣା ବ୍ୟକ୍ତଙ୍କ ଫ୍ରେଣ୍ଡ ରିକ୍ୱେଷ୍ଟ ଗ୍ରହଣ କରନ୍ତୁ ନାହିଁ ।
ଅଜଣା ଲୋକଙ୍କ ସହିତ ଭିଡିଓ କଲ କରନ୍ତୁ ନାହିଁ ।
ବ୍ଲାକମେଲ କରୁଥିଲେ କୌଣସି ପେମେଣ୍ଟ କରନ୍ତୁ ନାହିଁ ।
ଯଦି ଏଭଳି କିଛି କଲ ଆସୁଛି ତୁରନ୍ତ ସାଇବର ସେଲ ସହିତ ସମ୍ପର୍କ କରନ୍ତୁ ।

Get real time updates directly on you device, subscribe now.