ଓମିକ୍ରନର ସବ୍ ଭାରିଆଣ୍ଟକୁ ନେଇ ଚିନ୍ତିତ ବୈଜ୍ଞାନିକ! ଭାରତ ସହ ୪୦ ଦେଶ ପାଇଁ ସତର୍କ ଘଣ୍ଟି
ନୂଆଦିଲ୍ଲୀ: ନିକଟରେ ମିଳିଥିବା କୋଭିଡ ଭାଇରସର ସବ୍ ଭାରିଆଣ୍ଟ ଉପରେ ତୀକ୍ଷ୍ନ ନଜର ରଖିଛନ୍ତି ବୈଜ୍ଞାନିକ । ଭବିଷ୍ୟତରେ ଓମିକ୍ରନର ଏହି ନୂଆ ସ୍ୱରୂପ ବିପଦପୂର୍ଣ୍ଣ ହେବ କି ନାହିଁ ସେ ଗବେଷଣା ଆରମ୍ଭ କରିଦେଇଛନ୍ତି ବୈଜ୍ଞାନିକ । କାରଣ ପ୍ରାରମ୍ଭିକ ସମୟରେ ଓମିକ୍ରନ ମଧ୍ୟ ବିପଦପୂର୍ଣ୍ଣ ସ୍ୱରୂପ ହୋଇଯାଇଥିଲା । ଆଉ ଏବେ ବୈଜ୍ଞାନିକ ଓମିକ୍ରନର ନୂଆ ସ୍ୱରୂପ BA.2କୁ ଚିହ୍ନଟ କରିଛନ୍ତି । ଅନ୍ତରାଷ୍ଟ୍ରୀୟ ଡାଟା ଅନୁଯାୟୀ ଅପେକ୍ଷାକୃତ ଅଧିକ ଦ୍ରୁତ ଭାବରେ ବ୍ୟାପିପାରେ ।
ଲଣ୍ଡନର ସ୍ୱାସ୍ଥ୍ୟ ସୁରକ୍ଷା ସଂସ୍ଥା (UKHSA) ଚଳିତ ମାସର ପ୍ରଥମ ଦଶ ଦିନରେ ବ୍ରିଟେନରେ BA.2ର ୪୦୦ ରୁ ଅଧିକ ମାମଲା ଚିହ୍ନଟ କରିଥିଲେ ଏବଂ ପ୍ରାୟ ୪୦ ଅନ୍ୟ ଦେଶରେ ମଧ୍ୟ ଓମିକ୍ରନର ନୂଆ ଭାରିଆଣ୍ଟର ସନ୍ଧାନ ମିଳିଥିବା କଥା କହିଛନ୍ତି । ଭାରତ, ଡେନମାର୍କ, ସ୍ୱିଡେନ ଭଳି କିଛି ଦେଶରେ ନିକଟରେ ସବୁଠୁ ଅଧିକ ସବ୍ ଭାରିଆଣ୍ଟ ମିଳିଥବା କହିଛନ୍ତି ।
UKHSA ଶୁକ୍ରବାର କହିଛି ଯେ ଓମିକ୍ରନର ସବ୍ ଭାରିଆଣ୍ଟର ନାମ BA.2 ରଖାଯାଇଛି । ଅବଶ୍ୟ ଏବେ ବ୍ରିଟେନ ଓମିକ୍ରନର BA.1 ମାମଲା ଦେଖିବାକୁ ମିଳିଛି । ବ୍ରିଟିଶ ଅଥରିଟି ତରଫରୁ କୁହାଯାଇଛି ଭାଇରାଲ ଜିନୋମରେ ପରିବର୍ତ୍ତନ ବିଷୟରେ ଏବେ ମଧ୍ୟ ଅନିଶ୍ଚିତତା ରହିଛି । ଏହା ଉପରେ ନଜର ରଖାଯିବାର ଆବଶ୍ୟକତା ରହିଛି ।
ଉଲ୍ଲେଖଯୋଗ୍ୟ, ଓମିକ୍ରନକୁ କରୋନାରୁ ସବୁଠୁ ବିପଦପୂର୍ଣ୍ଣ ଭାରିଆଣ୍ଟ ବୋଲି କୁହାଯାଉଛି ଏହା ଡେଲ୍ଟା ତୁଳନାରେ ଖୁବ୍ ଦ୍ରୁତ ଭାବରେ ସଂକ୍ରମିତ କରୁଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଏହାକୁ ଚିନ୍ତାଜନକ ସ୍ୱରୂପ ଦର୍ଶାଇ ୨୬ ନଭେମ୍ବରରେ ଓମିକ୍ରନ ନାମ ଦେଇଥିଲା । ଡେଲଟା ଭାରିଆଣ୍ଟ ମଧ୍ୟ ଏହି ଶ୍ରେଣୀରେ ରହିଛି ।