କେଉଁ ଦିନ ଧାରଣ କରିବେ ତୁଳସୀ ମାଳା ? ଜାଣନ୍ତୁ କ’ଣ ରହିଛି ନିୟମ

ଓଡ଼ିଶା ଭାସ୍କର: ସନାତନ ଧର୍ମରେ ତୁଳସୀକୁ ପବିତ୍ର ବୃକ୍ଷ ଭାବେ ବିବେଚିତ କରାଯାଇଛି । ଏହାକୁ ଘରେ ଲଗାଇଲେ ନକାରାତ୍ମକ ଶକ୍ତି ଦୂରେଇଥାଏ । ଘର ଏବଂ ଆଖପାଖର ବାତାବରଣ ସକାରାତ୍ମକ ଉର୍ଜ୍ଜା ସଞ୍ଚାର ହୋଇଥାଏ । ତୁଳସୀ ମାଳା ଧାରଣ କଲେ ଆଧ୍ୟାତ୍ମିକତାର ବିକାଶ ହେବା ସହ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଲାଭ ମିଳିଥାଏ । ଏହା ସହ ଶ୍ରୀ ହରି ବିଷ୍ଣୁଙ୍କ କୃପା ଲାଭ ହେବା ସହ ସୌଭାଗ୍ୟ ବୃଦ୍ଧି ହୋଇଥାଏ । ଅଧିକାଂଶ ବ୍ୟକ୍ତି ତୁଳସୀ ମାଳା ଧାରଣ କରିଥାନ୍ତି । କିନ୍ତୁ ଶାସ୍ତ୍ର ଅନୁଯାୟୀ ଏହାକୁ ଧାରଣ କରିବାର କିଛି ନିୟମ ରହିଛି । ତେବେ ଆସନ୍ତୁ ଜାଣିବା ଏ ବିଷୟରେ ।

୧. ତୁଳସୀ ମାଳା ଧାରଣ କରିବା ପରେ ସାତ୍ୱିକ ଭୋଜନ ଗ୍ରହଣ କରିବା ଉଚିତ । ପିଆଜ, ରସୁଣ, ମଦ, ମାଂସ ଇତ୍ୟାଦି ସେବନ କରିବା ଠାରୁ ଦୂରେଇ ରହିବା ଉଚିତ ।

୨. ତୁଳସୀ ମାଳା ଥରେ ଧାରଣ କଲେ ଏହାକୁ ବାରମ୍ବାର ଓହ୍ଲାନ୍ତୁ ନାହିଁ । ତୁଳସୀ ମାଳା ଧାରଣ କରିବା ପୂର୍ବରୁ ଏହାକୁ ଗଙ୍ଗା ଜଳରେ ଭଲ ଭାବରେ ଧୋଇ ଦିଅନ୍ତୁ ଏବଂ ଶୁଖିଗଲା ପରେ ବ୍ୟବହାର କରନ୍ତୁ ।

୩. ତଳସୀ ମାଳା ଧାରଣ କରିବା ପରେ ନିୟମିତ ବିଷ୍ଣୁ ମନ୍ତ୍ର ଜପ କରନ୍ତୁ । ଏହା ସହ ରୁଦ୍ରାକ୍ଷ ମନ୍ତ୍ର ଜପ କରିବା ପାଇଁ ପରାମର୍ଶ ଦିଆଯାଇଥାଏ ।

୪. ଅଧିକାଂଶ ବ୍ୟକ୍ତି ଗଳାରେ ତୁଳସୀ ମାଳା ପିନ୍ଧିଥାନ୍ତି । କିନ୍ତୁ ଏଥିରେ ସମସ୍ୟା ହେଲେ ଡାହାଣ ହାତରେ ଧାରଣ କରିପାରନ୍ତି । ତେବେ ନିତ୍ୟକର୍ମ(ଶୌଚ) ପୂର୍ବରୁ ଏହାକୁ ବାହାର କରିଦିଅନ୍ତୁ ।

୫. ତଳସୀ ମାଳା ସବୁବେଳେ ଗଳାର ଠିକ୍ ତଳେ ଧାରଣ କରିବା ଉଚିତ । ଏହା ବ୍ୟତୀତ ଅନ୍ୟାନ୍ୟ ମାଳା ଟିକିଏ ଲମ୍ବା ଧାରଣ କରିପାରିବେ ।

କେଉଁ ଦିନ ଧାରଣ କରିବେ ତୁଳସୀ ମାଳା ?

ପ୍ରଦୋଷ କାଳରେ ତୁଳସୀ ମାଳା ଧାରଣ କରିବା ସବୁଠାରୁ ଉତ୍ତମ ହୋଇଥାଏ । ଏହା ବ୍ୟତୀତ ସୋମବାର, ଗୁରୁବାର କିମ୍ବା ବୁଧବାର ମଧ୍ୟ ଧାରଣ କରିପାରିବେ । ରବିବାର କିମ୍ବା ଅମାବାସ୍ୟା ଦିନ ତୁଳସୀ ମାଳା ଧାରଣ କରିବା ଠାରୁ ଦୂରେଇ ରୁହନ୍ତୁ । ଆପଣ ଚାହିଁଲେ କୌଣସି ଜ୍ୟୋତିଷଙ୍କ ପରାମର୍ଶ ମଧ୍ୟ ନେଇପାରିବେ । ତୁଳସୀ ମାଳା ଛିଣ୍ଡିଗଲେ କିମ୍ବା ଖରାପ ହୋଇଗଲେ ଏହାକୁ ତୁରନ୍ତ ବଦଳାନ୍ତୁ । ପୁରୁଣା ତୁଳସୀ ମାଳ ଏଠି ସେଠି ନ ଫିଙ୍ଗି କୌଣସି ପବିତ୍ର ନଦୀରେ ବିସର୍ଜନ କରିଦିଅନ୍ତୁ ।

 

Get real time updates directly on you device, subscribe now.