fbpx

ଆଉଥରେ ବାହାହେବେ ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଏନେଇ ଚର୍ଚ୍ଚା ସବୁଠି ଜୋର ଧରିଛି

କଳାହାଣ୍ଡି: ସାଧାରଣତଃ କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ କାରଣରୁ ସବୁବେଳେ ଚର୍ଚ୍ଚା ହୋଇଆସୁଛି। ବର୍ତ୍ତମାନ ସେଠାରେ ଅନ୍ୟ ଏକ ବିଷୟ ଚର୍ଚ୍ଚାର ଜୋର ଧରିବାରେ ଲାଗିଛି । ଜିଲ୍ଲାର ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ପୂର୍ବ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଆଉଥରେ ବିବାହ କରିବା ନିଷ୍ପତି ନେଇଛନ୍ତି । ତେଣୁ ଗତକାଲି ସୋସିଆଲ ମିଡିଆରେ ଏହି ଖବର ଭାଇରାଲ ହେବାକୁ ଲାଗିଛି । ଏନେଇ ସବୁଠି ଚର୍ଚ୍ଚା ଜୋର୍‌ ଧରିଛି।

ସୂଚନା ଅନୁସାରେ, ପୂର୍ବତନ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ତାଙ୍କ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକ୍‌ ଦେକୋଟ ଗାଁର ଜଣେ ଯୁବତୀଙ୍କୁ ବିବାହ କରୁଛନ୍ତି। ଆସନ୍ତା ଫେବୃଆରୀର ଶେଷ ‌ସପ୍ତାହରେ ପୁରୀଠାରେ ବିବାହ କରିବେ ବୋଲି ସୂଚନା ମିଳିଛି। ‌ଏନେଇ ବିଧାୟକ ଶ୍ରୀ ମିଶ୍ରଙ୍କୁ ଯୋଗାଯୋଗ କରାଯିବାରୁ ଚଳିତ ମାସ ଶେଷ ସପ୍ତାହରେ ପୁରୀଠାରେ ବିବାହ ଅନୁଷ୍ଠିତ ହେବ ବୋଲି ସେ ସୂଚନା ଦେଇଛନ୍ତି । ଏହା ଉଭୟଙ୍କ ଦ୍ୱିତୀୟ ବିବାହ ହେବ ବୋଲି ଜଣାପଡ଼ିଛି।

ଦିବ୍ୟ ଶଙ୍କର ମିଶ୍ର ଏହି ବିବାହ ପୂର୍ବରୁ ଜୟପାଟଣାରେ ବିବାହ କରିଥିଲେ। କୌଣସି କାରଣ ପାଇଁ ଦୁହିଁଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲା। କଳାହାଣ୍ଡି ଜିଲ୍ଲାରେ ମମିତା ମେହେର ହତ୍ୟାକାଣ୍ଡ ଘଟଣା ହେଉ କି ଅର୍ଚ୍ଚନା ନାଗଙ୍କ ଲିଙ୍କକୁ ନେଇ ହେଉ ସବୁବେଳେ ସେଠାରେ ଚର୍ଚ୍ଚା ରହି ଆସିଛି।

Get real time updates directly on you device, subscribe now.