ପୁଣି ରୋହିତ-ହାର୍ଦ୍ଦିକ ବିବାଦ! WTC ପାଇଁ ‘Captain ରୋହିତ’ଙ୍କୁ ଦଳରୁ ହଟାଅ, ଏମିତି ଦାବି କଲେ ଷ୍ଟାର ଅଲରାଉଣ୍ଡର?

ଓଡ଼ିଶା ଭାସ୍କର: ମୁମ୍ବାଇ ଇଣ୍ଡିଆନ୍ସ ରୋହିତଙ୍କୁ ନେତୃତ୍ୱ ପଦରୁ ହଟାଇ ହାର୍ଦ୍ଦିକଙ୍କୁ ଅଧିନାୟକ କରିବା ପରେ ଉଭୟଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି । ବର୍ତ୍ତମାନ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଏକ ବୟାନକୁ ନେଇ ଏହି ଚର୍ଚ୍ଚା ଆହୁରି ବଢିଯାଇଛି । ଟେଷ୍ଟରେ ଲଗାତାର ବିଫଳତାର ସାମନା କରୁଥିବା ରୋହିତଙ୍କୁ ଅଧିନାୟକ ପଦରୁ ହଟାଇ ଦେବାକୁ ହାର୍ଦ୍ଦିକ ଦାବି କରିଛନ୍ତି । ଚଳିତବର୍ଷ ଭାରତକୁ ଟି-୨୦ ବିଶ୍ୱ ଚମ୍ପିଆନ୍ କରିଥିବା ରୋହିତଙ୍କୁ ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ପାଇଁ ଅଧିନାୟକ ପଦରୁ ହଟାଇ ଦେବା ଉଚିତ୍ ବୋଲି ଦାବି କରିଛନ୍ତି ହାର୍ଦ୍ଦିକ । ଯାହାକୁ ନେଇ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ହେଉଥିବା ବେଳେ ଏହା ଏକ ଗୁଜବ ବୋଲି ସ୍ପଷ୍ଟ ହୋଇଛି ।

vishvasnews

ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର ଗାଭାସ୍କର ଟ୍ରଫିରେ ମଧ୍ୟ ଅଧିନାୟକ ରୋହିତ ନିଜ ନେତୃତ୍ୱ ଏବଂ ଫର୍ମକୁ ନେଇ ସଂଘର୍ଷ କରୁଥିବା ଦେଖାଯାଉଛି । ତେଣୁ ରୋହିତଙ୍କୁ ନେଇ ଖୁବ ଆଲୋଚନା-ସମାଲୋଚନା ହେବାରେ ଲାଗିଛି । ରୋହିତଙ୍କୁ ଅଧିନାୟକ ପଦରୁ ଇସ୍ତଫା ଦେବା ଉଚିତ୍ ବୋଲି ଦାବି ଉଠିଛି । ତେବେ ଏହା ଭିତରେ ସାମିଲ ରହିଛି ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାମ । ବିଶ୍ୱ ଟେଷ୍ଟ ଚମ୍ପିଆନସିପ ପାଇଁ ରୋହିତଙ୍କୁ ଅଧିନାୟକ ପଦରୁ ବାଦ୍ ଦେବା ଉଚିତ । ରୋହିତଙ୍କ ସ୍ଥାନରେ ବୁମରାହଙ୍କୁ ଦଳର ନେତୃତ୍ୱ ହସ୍ତାନ୍ତର କରିବାର ସମୟ ଆସିଛି ବୋଲି ହାର୍ଦ୍ଦିକ ଦାବି କରିଥିବା ସୋସିଆଲ ମିଡିଆରେ ଭାଇରାଲ ହେଉଥିଲା ।

WTC के लिए हार्दिक पांड्या ने रोहित शर्मा को कप्तानी से हटाने की मांग, फर्जी है वायरल बयान

ତେବେ ଏହି ମାମଲାକୁ ନେଇ ଏବେ ପ୍ରକୃତ ତଥ୍ୟ ସାମନାକୁ ଆସିଛି । ରୋହିତ ଶର୍ମାଙ୍କ ନେତୃତ୍ୱକୁ ନେଇ ହାର୍ଦ୍ଦିକ ଏଭଳି କୌଣସି ବୟାନ ଦେଇ ନଥିବା ସ୍ପଷ୍ଟ ହୋଇଛି । ହାର୍ଦ୍ଦିକଙ୍କ ନାମରେ ଏପରି କିଛି ମିଛି ଗୁଜବ ଏବଂ ପୋଷ୍ଟ ଭାଇରାଲ ହେବାରେ ଲାଗିଛି । କାରଣ ଗୁଗୁଲ କିମ୍ବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏଭଳି କୌଣସି ପୋଷ୍ଟ ବା ଖବର ମିଳି ପାରି ନାହିଁ । ତେବେ ଏଭଳି ବୟାନ ଏବଂ ଦାବି ସମ୍ପୂର୍ଣ୍ଣ ମିଛ ଏବଂ ଗୁଜବ ବୋଲି ସ୍ପଷ୍ଟା ହୋଇଛି । ହାର୍ଦ୍ଦିକଙ୍କ ନାମରେ କେହି ଏଭଳି ମିଛ ଗୁଜବ ଭାଇରାଲ କରାଉଥିବା ଜାଣିବାକୁ ମିଳିଛି । ତେବେ ହାର୍ଦ୍ଦିକଙ୍କ ବ୍ୟତୀତ ବିରାଟ କୋହଲି, ରୋହିତ ଶର୍ମା ଏବଂ ମହମ୍ମଦ ସିରାଜଙ୍କ ନାମରେ ଏଭଳି ଅନେକ ଫର୍ଜି ବୟାନ ଭାଇରାଲ ହୋଇଛି ।