ମୋହନ ସରକାରଙ୍କ ବଡ ଘୋଷଣା, 5 ବର୍ଷରେ ଦେଢ ଲକ୍ଷଙ୍କୁ ମିଳିବ ଚାକିରି

ଭୁବନେଶ୍ବର:  ଓଡିଶାରେ ସୃଷ୍ଟି ହେବ ଚାକିରି । ଦେଢ ଲକ୍ଷ ଲୋକ ପାଇବେ ନିଯୁକ୍ତି । ଏନେଇ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । 5 ବର୍ଷରେ ଦେଢ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଅଗ୍ନିଯୋଦ୍ଧା ନିଯୁକ୍ତି ସମାରୋହରେ ଆଜି ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିବା ବେଳେ ଏହି ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି, 5 ବର୍ଷରେ ଦେଢ ଲକ୍ଷ୍ୟ ନିଯୁକ୍ତି ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ରଖିଛୁ । ଆଜି 941 ଅଗ୍ନିଯୋଦ୍ଧାଙ୍କୁ ନିଯୁକ୍ତି ଦେଇ ପ୍ରତିଶୃତି ପାଳନ କରିଛୁ । ନିକଟରେ 16 ହାଜର 9ଜଣ ପ୍ରାଥମିକ ଶିକ୍ଷକଙ୍କୁ ନିଯୁକ୍ତି ଦେଇଥିଲୁ । ଖୁବଶୂଘ୍ର 2 ହାଜରରୁ ଉର୍ଦ୍ଧ୍ବ ଗୃହରକ୍ଷୀଙ୍କୁ ନିଯୁକ୍ତି ପ୍ରଦାନ କରାଯିବ । 5 ବର୍ଷରେ ମୋଟ ଦେଢ ଲକ୍ଷ୍ୟ ନିଯୁକ୍ତି ସୃଷ୍ଟି କରିବା ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଚାକିରି ଖୋଜୁଥିବା ବ୍ୟକ୍ତିଙ୍କ ପାଇଁ ଏକ ପ୍ରକାର ଆଶ୍ବସ୍ତିକର ଖବର ଅଟେ ।