fbpx

ଭାରତର ସବୁଠାରୁ ବଡ଼ କ୍ରିପ୍ଟୋ ପୋଞ୍ଜି ଘୋଟାଲା: ବୁଡ଼ିଯିବ ଏକ ଲକ୍ଷ କୋଟି, ସର୍ବସ୍ୱ ହରାଇବେ ଦେଶର ହଜାର ହଜାର ନିବେଶକ

ନୂଆଦିଲ୍ଲୀ: ଅନେକ ସମୟରେ ବଡ଼ ବଡ଼ ସ୍କାମ ବହୁ ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଥାଏ । ଏଭଳି ସ୍କାମ ଦ୍ୱାରା ଦେଶର ଅର୍ଥନୀତି ମଧ୍ୟ ଦୁର୍ବଳ ଆଡ଼କୁ ଠେଲି ହୋଇଯାଇଥାଏ । ତେବେ ଖୁବଶୀଘ୍ର ଭାରତରେ ଏଭଳି ଏକ ବଡ଼ଧରଣର ସ୍କାମ ଦେଖାଦେବାର ସମ୍ଭାବନା ଦେଖାଦେଇପାରେ ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି ।

ତେବେ ଏହି ଘୋଟାଲାର ପରିମାଣ ଏକ ଲକ୍ଷ କୋଟିରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ଏହା ଫଳରେ ଏକ ଲୋକ ପ୍ରଭାବିତ ହେବେ । ତେବେ ଏହି ବଡ଼ ଘୋଟାଲାକୁ ନେଇ ଏହା ମଧ୍ୟରେ ୪୦ଟି ଏଫଆଇଆର ପଞ୍ଜିକୃତ ହୋଇସାରିଛି । ସେଥିମଧ୍ୟରୁ କେବଳ ମହାରାଷ୍ଟ୍ରରେ ୧୩ଟି ମାମଲା ଦାୟର ହୋଇଥିବା ବେଳେ ପଞ୍ଜାବ ସହ ଅନ୍ୟ ରାଜ୍ୟର ଲୋକମାନେ ମଧ୍ୟ ସେମାନଙ୍କର କଷ୍ଟୋପାର୍ଜିତ ଧନକୁ ହରାଇବେ । ଗେନ୍ ବିଟ୍ କଏନ୍ ସ୍କାମକୁ ନେଇ ଏବେ ହଜାର ହଜାର ନିବେଶକଙ୍କ ମୁଣ୍ଡରେ ପଡ଼ିଛି ଚଡ଼କ ।

ତେବେ ଏହି ସ୍କାମର ମାଷ୍ଟରମାଇଣ୍ଡ ଅମିତ ଭରଦ୍ୱାଜ ନାମକ ଜଣେ ବ୍ୟକ୍ତି ବୋଲି କୁହାଯାଉଥିବା ବେଳେ ସେ ଚଳିତ ବର୍ଷ ପ୍ରାରମ୍ଭରେ ମୃତ୍ୟୁ ବରଣ କରିସାରିଛନ୍ତି । ଅମିତ ୩ ଲକ୍ଷ ୮୫ ହଜାରରୁ ୬ ଲକ୍ଷ ବିଟ୍ କଏନ୍ ସଂଗ୍ରହ କରିଥିଲେ, ଯାହାର ମୂଲ୍ୟ ବର୍ତ୍ତମାନ ୧ ଲକ୍ଷ କୋଟିରେ ପହଞ୍ଚିଛି ।
ତେବେ ବର୍ତ୍ତମାନ ପ୍ରତ୍ୟେକ ବିଟ କଏନର ମୂଲ୍ୟ ୨୩ ଲକ୍ଷ ୫୭ ହଜାର ୨୫୦ ଟଙ୍କା ରହିଥିବା ବେଳେ ସ୍କାମର ମୋଟ ଅଙ୍କ ୯୦,୫୦୦ କୋଟିରେ ପହଞ୍ଚି ଯାଇଛି । ଏହା ମଧ୍ୟରେ ପୁଣେ ପୋଲିସ ୬୦ ହଜାରରୁ ଅଧିକ ୟୁଜର ଆଇଡି ଓ ଇମେଲ ଆଡ୍ରେସ ଟ୍ରେସିଂ କରିସାରିଲାଣି । ତେବେ ମାଷ୍ଟରମାଇଣ୍ଡ ଅମିତ ଭାରତ ଓ ବିଦେଶରୁ ଏହାକୁ ଅପରେଟ୍ କରୁଥିଲା ବୋଲି ଜଣାପଡ଼ିଛି । ଅମିତଙ୍କ ଭାଇ ଅଜୟଙ୍କ ଉପରେ ଏବେ ସମସ୍ତଙ୍କର ନଜର ରହିଥିବା ଜଣାପଡ଼ିଛି ।

ତେବେ ଏହି ବଡ଼ ଧରଣର ଘୋଟାଲା ପଛରେ ଅମିତ ସହିତ ଆହୁରି ଅନେକ ଲୋକ ସାମିଲ ରହିଥିବା ଯାଞ୍ଚରୁ ଜଣାପଡ଼ିଛି । ଏହି ସ୍କାମ ଜାଲରେ ଦିଲ୍ଲୀର ଏକ ଲ’ ଫାର୍ମର କିଛି ଅଧିକାରୀ ଓ ଆଇନଜୀବୀ ପଡ଼ି ପାରନ୍ତି ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି । ଚଳିତ ମାସ ପ୍ରାରମ୍ଭରେ ଇଡି ପକ୍ଷରୁ ଦିଲ୍ଲୀ ସହିତ ୬ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା ।

Get real time updates directly on you device, subscribe now.