fbpx

(Video) ମାତ୍ର ୨୦ ଟଙ୍କାରେ ମିଳୁଛି କିଲେ ପିଆଜ: ଓଡ଼ିଶାର ଏହି ସ୍ଥାନରେ ଗ୍ରାହକଙ୍କର ଭିଡ଼ ଜମିଲା

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ବଜାରକୁ ଯିବାକୁ ଡର ଲାଗୁଛି । ଶହେ ଟଙ୍କା ନେଇ ମାର୍କେଟକୁ ଗଲେ ପରିବାର ବ୍ୟାଗ୍ ଭର୍ତ୍ତି ହେଉନାହିଁ । ଆଳୁ, ବାଇଗଣ, ପୋଟଳ, ବିନ୍ସ, ପିଆଜ, କଲରା ଆଦି ବିଭିନ୍ନ ପନିପରିବାର ଦର ଆକାଶଛୁଆଁ ରହିଛି । ଭୁବନେଶ୍ୱରରେ ପିଆଜ କେଜି ପିଛା ୪୦-୪୫ ଟଙ୍କାରେ ବିକ୍ରି ହେଉଛି । ତେବେ ଏହା ମଧ୍ୟରେ ନିମ୍ନମଧ୍ୟବିତ୍ତ ଗ୍ରାହକଙ୍କ ପାଇଁ ଆସିଛି ଏକ ଆଶ୍ୱସ୍ତିକର ଖବର । ଓଡ଼ିଶାର ଏକ ସ୍ଥାନରେ ପିଆଜି କେଜି ମାତ୍ର ୨୦ ଟଙ୍କାରେ ବିକ୍ରି ହେଉଛି ।

ବଜାରରେ ପିଆଜ ଦର ୪୦ ଟପିଥିବା ବେଳେ ଏଭଳି ସ୍ଥିତିରେ ମାତ୍ର ୨୦ ଟଙ୍କାରେ କିଲେ ପିଆଜ ମିଳିବା ନିଶ୍ଚିତ ଭାବେ ବଡ଼ କଥା । ତେଣୁ ଏହି ଖବର ଶୁଣିବା ପରେ ଗ୍ରାହକମାନେ ପିଆଜ କିଣିବା ପାଇଁ ଏବେ ଉକ୍ତ ସ୍ଥାନରେ ଭିଡ଼ ଜମାଇଛନ୍ତି । ନୂଆପଡ଼ା କାଳିମାଟି ଗାଁରେ ଚାଷୀ ସାଇତି ରଖିଥିବା ପିଆଜକୁ ମାତ୍ର ୧୦-୨୦ ଟଙ୍କାରେ ବିକ୍ରି କରୁଥିବା ଦେଖାଯାଇଛି । ସେଠାକାର ଜଣେ ପିଆଜ ଚାଷୀ ଚଳିତ ବର୍ଷ ପାଖାପାଖି ୫୦ କୁଇଣ୍ଟାଲ ପିଆଜ ଅମଳ କରିଛନ୍ତି । ଚାଷୀ ଜଣଙ୍କ ଏହି ପର୍ଯ୍ୟାପ୍ତ ପରିମାଣର ପିଆଜକୁ ଭଙ୍ଗା ଦଦରା ଘରେ ସାଇତି ରଖିଥିବା ବେଳେ କମ୍ ଦାମରେ ବିକ୍ରି କରିବାକୁ ସେ ବାଧ୍ୟ ହୋଇଛନ୍ତି । ପିଆଜ ପଚିଯିବା ଆଶଙ୍କାରେ ସେ ତାହାକୁ ଶାଗ, ମାଛ ଦରରେ ବିକ୍ରି କରିଦେଉଥିବା କ୍ଷୋଭର ସହ କହିଛନ୍ତି ।

Get real time updates directly on you device, subscribe now.