OSSC ନିଯୁକ୍ତି: ASO ଓ SA ପଦ ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ତରଫରୁ ପୁଣି ଆସିଛି ନିଯୁକ୍ତି ସୁଯୋଗ । ସହକାରୀ ପରିସଂଖ୍ୟାନ ଅଧିକାରୀ ଓ ପରିସଂଖ୍ୟାନ ସହାୟକ ପଦରେ ୧୭୩ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବେ ରାଜ୍ୟ ସରକାର । ୧୬୯ଟି ସହକାରୀ ପରିସଂଖ୍ୟାନ ଅଧିକାରୀ (ଏଏସଓ) ଓ ୪ଟି ପରିସଂଖ୍ୟାନ ସହାୟକ (ଏସଏ) ପଦ ଖାଲି ରହିଛି । ପ୍ଲାନିଂ ଓ କନଭରଜେନ୍ସ ବିଭାଗ ଅଧିନରେ ଅର୍ଥନୀତି ଓ ପରିସଂଖ୍ୟ।।ନ ନିର୍ଦ୍ଦେଶାଳୟରେ ସହକାରୀ ପରିସଂଖ୍ୟାନ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ । ସେହିପରି ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଅଧିନରେ ଶ୍ରମ ଆୟୋଗ କାର୍ଯ୍ୟାଳୟରେ ପରିସଂଖ୍ୟାନ ସହାୟକଙ୍କୁ ନିଯୁକ୍ତି ଦିଆଯିବ । ଅଫିସିଆଲ ୱେବସାଇଟକୁ ଯାଇ ଆଶାୟୀମାନେ ଏ ବାବଦରେ ସବିଶେଷ ତଥ୍ୟ ପାଇ ପାରିବେ ।

ନଭେମ୍ବର ୨୯ରୁ ଡିସେମ୍ବର ୨୮ ପର୍ଯ୍ୟନ୍ତ ଅନଲାଇନ୍ ଆବେଦନ ପ୍ରକ୍ରିୟା ଜାରି ରହିବ । ଡିସେମ୍ବର ୩୧ ଅନଲାଇନ୍ ଆପ୍ଲିକେସନ ଫର୍ମ ସବମିସନର ଅନ୍ତିମ ତାରିଖ ରହିଥିବା ବେଳେ ଜାନୁଆରୀ ୨ ଅନଲାଇନ୍ ଆପ୍ଲିକେସନ ଫର୍ମ ସଂଶୋଧନର ଅନ୍ତିମ ତାରିଖ ରହିଛି । ଅଣସଂରକ୍ଷିତ, ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ବର୍ଗ (ଏସଇବିସି), ଅନୁସୂଚିତ ଜାତି (ଏସସି) ଓ ଅନୁସୂଚିତ ଜନଜାତି (ଏସଟି) ବର୍ଗର ପ୍ରାଥୀଙ୍କ ପାଇଁ ଏଥିରେ ପଦ ସଂରକ୍ଷିତ ରହିଛି । ପରିସଂଖ୍ୟାନ ସହାୟକ ଅଧିକାରୀ ପଦ ପାଇଁ ପ୍ରାର୍ଥୀ କଳା/ ବିଜ୍ଞାନରେ ସ୍ନାତକ କରିବା ସହିତ ପରିସଂଖ୍ୟାନ /ଆପ୍ଲାଏଡ ପରିସଂଖ୍ୟାନ / ଅର୍ଥନୀତି / ଗାଣିତିକ ଅର୍ଥନୀତି / ଗଣିତ / ସାମାଜିକ ବିଜ୍ଞାନ / କମ୍ପ୍ୟୁଟର ସାଇନ୍ସ / ଡାଟା ସାଇନ୍ସ ବିଷୟ ରଖି ପାସ୍ କରିଥିବେ । ସେହିପରି ପରିସଂଖ୍ୟାନ ସହାୟକ ପଦ ପାଇଁ ପ୍ରାର୍ଥୀ କଳା / ବିଜ୍ଞାନରେ ସ୍ନାତକ ଗଣିତ / ପରିସଂଖ୍ୟାନ / କମ୍ପ୍ୟୁଟର ଆପ୍ଲିକେସନ / ଫିଜିକ୍ସ / ଅର୍ଥନୀତି / ଆପ୍ଲାଏଡ ପରିସଂଖ୍ୟାନ / କୃଷି ଅର୍ଥନୀତିରେ ଅନର୍ସ ରଖିଥିବେ କିମ୍ବା କମର୍ସରେ ଡିଗ୍ରୀ କରିଥିବେ । ଚଳିତ ବର୍ଷ ଜାନୁଆରୀ ମାସ ପହିଲା ସୁଦ୍ଧା ପ୍ରାଥୀଙ୍କର ବୟସ ଯୋଗ୍ୟତା ୨୧-୩୮ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ପ୍ରିଲିମିନାରୀ, ମୁଖ୍ୟ ଲିଖିତ ପରୀକ୍ଷା ପ୍ରମାଣପତ୍ର ଯାଞ୍ଚ ଆଦି ପର୍ଯ୍ୟାୟ ଜରିଆରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯିବ ।

ଲିଙ୍କ: